ସ୍କୁଲ ଟ୍ରିପରେ ଯାଇ କଏଦୀ ପିତାଙ୍କୁ ସାକ୍ଷାତ କଲା ପୁତ୍ର : ବାପ-ପୁଅଙ୍କ ମିଳନ ଦେଖି ସମସ୍ତେ ହେଲେ ଭାବୁକ

46

ଥାଇଲାଣ୍ଡରେ ପିଲାଙ୍କୁ ସ୍କୁଲ ତରଫରୁ ଜେଲ୍ ଭ୍ରମଣରେ ନିଆଯାଇଥିଲା, ସେମାନେ ଯେମିତି ଜେଲର ପରିସ୍ଥିତିକୁ ବୁଝିପାରିବେ । କିନ୍ତୁ ଏହି ଟ୍ରିପ୍ ସମସ୍ତ ସ୍କୁଲ ପିଲା ଓ କଏଦୀଙ୍କ ପାଇଁ ବହୁତ ଭାବୁକ ବନିଗଲା । ପ୍ରକୃତରେ ଟ୍ରିପ୍ ରେ ଆସିଥିବା ଜଣେ ପିଲାର ସାକ୍ଷାତ ଜେଲ୍ ରେ ବନ୍ଦୀ ଥିବା ନିଜ କଏଦୀ ପିତାଙ୍କ ସହିତ ହେଲା । ପିଲାଟି ବାପାଙ୍କୁ ଦେଖି ନିଜ ଲୁହ ରୋକି ପାରିନଥିଲା । ପିତା-ପୁତ୍ରଙ୍କ ଏମିତି ମିଳନ ଦେଖି ସେଇଠି ଥିବା ସମସ୍ତ ଲୋକ ବହୁତ ଭାବୁକ ହୋଇଗଲେ । ଅରୋମ ଖୁନମାଉଙ୍ଗ ଏକ ସଂସ୍ଥା ପାଇଁ କାମ କରନ୍ତି, ଯିଏକି ପିଲାଙ୍କ ପାଇଁ ଶୈକ୍ଷିକ ଟ୍ରିପ୍ ର ଆୟୋଜନ କରାନ୍ତି । ଥାଇଲାଣ୍ଡର ରେୟାଙ୍ଗ ପ୍ରାନ୍ତର ଏକ ଜେଲ୍ ରେ ପିଲାଙ୍କ ପାଇଁ ଏମିତି କିଛି ଟ୍ରିପ୍ ର ଆୟୋଜନ କରାଯାଇଥିଲା । ଅରୋମ ଫେସବୁକ୍ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି ।

ପିଲାଟି ନିଜ ବାପାଙ୍କୁ ଦେଖି କାନ୍ଦିବାକୁ ଲାଗିଲା ଓ ସେ ନିଜ ଶିକ୍ଷକଙ୍କୁ ଜଣାଇଲା ଯେ, ତାଙ୍କ ବାପା ଜେଲ୍ ରେ ବନ୍ଦ ଥିବା ଜଣେ କଏଦୀ । ଏହାପରେ ପାରମ୍ପରିକ ଥାଇ ଶୈଳୀରେ ନିଜ ପିତାଙ୍କ ପାଦ ଛୁଇଁଲେ । ପୁତ୍ରକୁ ଦେଖି ପିତା ବି ଭୋ ଭୋ ହୋଇ କାନ୍ଦି ପକାଇଲେ । ଅରୋମ ଫେସବୁକ୍ ପୋଷ୍ଟରେ ଲେଖିଲେ, ପୁତ୍ର ନିଜ ବାହୁରେ ଦେଖି ଭୋ ଭୋ କାନ୍ଦୁଥିଲେ । ସେ ବାରମ୍ବାର ପଚାରୁଥିଲେ କି, “ମୋ କାରଣରୁ ତୁ ସାଙ୍ଗଙ୍କ ସାମନାରେ ଲଜ୍ଜିତ ନୁହେଁ ତ? କ’ଣ ମତେ ଦେଖି ତୁମକୁ ଲାଜ ଲାଗୁଛି ?” ପୁତ୍ର ପିତାଙ୍କୁ ଆଲିଙ୍ଗନ କରି ତାଙ୍କୁ ଲାଜ ଲାଗୁନଥିବା କହିଲେ ।