ଶୁଖୁନି ବାପା ମା’ଙ୍କ ଆଖିରୁ ଲୁହ । ପୁଅ ଯାଇଥାନ୍ତା କାନାଡା କିନ୍ତୁ ଏଭଳି କିଛି ଘଟିଗଲା ଆଉ ତା ପରେ….

51

କାନାଡା ଯିବାର ଥିଲା, ବହୁତ ଖୁସି ଥିଲା । କିନ୍ତୁ କିଛି ଏମିତି ଘଟିଗଲା ସେ ଏବେ ଶବ ଭଳି ବଞ୍ଚି ରହିଛି । ପୁଅର ଏଭଳି ଅବସ୍ଥା ଦେଖି ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ । ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଜଳନ୍ଧର ଠାରେ । ସେଣ୍ଟ୍ରାଲ ଟାଉନରେ ଏକ ଦୋକାନ କରିଥିବା ଅଶୋକ କୁମାର ଅତି ଦୁଃଖର ସହ କହିଛନ୍ତି ଯେ, ତାଙ୍କର ୨୪ ବର୍ଷର ପୁଅ ବିଶାଲ ଏବେ ଏକ ଶବ ଭଳି ବଞ୍ଚିରହିଛି । ଗତ ନଭେମ୍ବର ମାସରେ ବିଶାଲ ସହ ଏକ ଭୟାବହ ଘଟଣା ଘଟିଥିଲା ଏବଂ ଏହା ପରେ ସେ କୋମାରେ ରହିଛି । ଏହା ସହ ତାର କାନାଡା ଯିବା ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି । କାନାଡା ଯିବା ପାଇଁ ଭିସା ମିଳିସାରିଥିଲା ଆଉ ଏକ ମାସ ପରେ ଫ୍ଲାଇଟ ଥିଲା କିନ୍ତୁ ଭଗବାନଙ୍କୁ ବୋଧହୁଏ ବିଶାଲର କାନାଡା ଯିବା ମଞ୍ଜୁର ନଥିଲା । ଏହା କହିବା ବେଳେ କାନ୍ଦି ପକାଇଥିଲେ ବିଶାଲର ବାପା ଅଶୋକ କୁମାର ।

ଅଶୋକ କୁମାର କହିଛନ୍ତି ଯେ, ବିଶାଲ ଦୋକାନରୁ କୌଣସି ଏକ କାମରେ ବାହାରୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ବିଶାଲକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ବିଶାଲ ଡିଭାଇଡର ସହ ପିଟି ହୋଇଯାଇଥିଲା ଏବଂ ଆହତ ହୋଇଥିଲା । ଏବଂ ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଲ କୋମାକୁ ଚାଲିଯାଇଥିଲା । ମା କୁଲବନ୍ତ କହିଛନ୍ତି ଯେ, ପୁଅର ଚିକିତ୍ସା ପାଇଁ ଏବେ ଉଧାର କରିବା ପାଇଁ ପଡିବ ।

ସୂଚନା ଅନୁଯାୟୀ, ଯେଉଁ ବାଇକ ବିଶାଲଙ୍କୁ ଧକ୍କା ଦେଇଥିଲା ସେହି ବାଇକର ଚାଳକ ମଦ୍ୟାପାନ କରିଥିଲେ । ହସ୍ପିଟାଲରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ବିଶାଲର ବାପା ମା ତାଙ୍କୁ କ୍ଷମା କରିଦେଇଥିଲେ । ଏବଂ କହିଥିଲେ ଦୋଷୀକୁ ଦଣ୍ଡ ମିଳିଲେ କଣ ହେବ, ତାଙ୍କୁ ପୁଅ ଏବଂ ତାଙ୍କ ଜୀବନ ସର୍ବଶାନ୍ତ ହୋଇଯାଇଛି । ଏପରିକି ଏହି ଘଟଣାକୁ ବିଶାଲର ବାପା ମା କୌଣସି ମାମଲା ମଧ୍ୟ ଦାୟର କରିନାହାନ୍ତି ।