କନକ ବ୍ୟୁରୋ: ଆଜିକାଲି ରିଲ୍ସ ବନେଇବା ଚକ୍କରରେ ଅନେକ ମୂଲ୍ୟବାନ୍ ଜୀବନ ଚାଲିଯିବାର ଖବର ନଜରକୁ ଆସୁଛି । ତଥାପି ସୁଧୁରୁନାହାଁନ୍ତି ଯୁବ ସମାଜ । ଏଭଳି ଆଉ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାରାବଙ୍କୀ ଅଞ୍ଚଳରେ । ୧୬ ବର୍ଷର ଯୁବକ ରିଲ୍ସ ବନାଇବା ସମୟରେ ମାଡିଅସିଲା ଏକ୍ସପ୍ରେସ୍ । ଫଳରେ ଦିଖଣ୍ଡ ହେଲା ଶରୀର । ଏହି ଘଟଣା ତା’ ସାଙ୍ଗର ମୋବାଇଲରେ ରେକର୍ଡ ହୋଇ ରହିଛି ।
ମୃତକ ହେଉଛନ୍ତି ବାରାବଙ୍କୀ ଜାହାଙ୍ଗୀରାବାଦ ନିକଟ ଦୌଲତପୁର ଗାଁଓର ବାସିନ୍ଦା । ଫରମାନ୍ ନିଜର ୩ ସାଙ୍ଗଙ୍କ ସହ ମିଶି ବାରାୱଫାତ ଜୁଲୁସ୍ ଦେଖିବାକୁ ଯାଇଥିଲେ । ହେଲେ ବାଟରେ ଦାମୋଦରପୁର ଗାଁଓ ନିକଟ ରେଲୱେ କ୍ରସିଙ୍ଗ ପାଖରେ ଅଟକି ରିଲ୍ସ ବନାଇବାକୁ କହିଲେ । ତାଙ୍କ ସାଙ୍ଗକୁ ଭିଡିଓ କରିବାକୁ କହି ଟ୍ରାକ୍ ଉପରେ ସ୍ଲୋ ମୋସନରେ ଚାଲୁଥିଲେ । ଏତିକିବେଳେ ପଛପଟୁ ଦରଭଙ୍ଗା ପଟୁ ଆସୁଥିବା ଟ୍ରେନ ଧକ୍କାରେ ତାଙ୍କ ଶରୀର ଦିଖଣ୍ଡ ହୋଇଗଲା । ଫରମାନଙ୍କ ମୃତ୍ୟୁର ସେହି ୭ ସେକେଣ୍ଡର ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇ ରହିଛି । ଏହାକୁ ଦେଖିବା ପରେ ମୃତକଙ୍କ ଘରେ କାନ୍ଦବୋବାଳି ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/10/3.jpg)