source : India Today
ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରବାଙ୍କିରେ ଗୋଟାଏ ବାଳକ ହାତରେ ୧୨ଟି ଓ ଗୋଡ଼ରେ ୧୨ଟି ଆଙ୍ଗୁଠି ଥିବାରୁ ତାର ଦିନ ଭଲରେ କଟୁନାହିଁ। ପିତାମାତାଙ୍କ କହିବାନୁସାର,ଜଣେ ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ ଆତ୍ମୀୟ ସ୍ୱଜନମାନେ ତାକୁ ମାରି ଦେବାକୁ ଚାହୁଁଛନ୍ତି। ଏଭଳି ଶାରୀରିକ ବିକୃତି ଥିବା ପିଲାକୁ ବଳି ଦେଲେ ସେମାନେ କୁଆଡ଼େ ବିତ୍ତଶାଳୀ ହୋଇଯିବେ ବୋଲି ସେମାନେ ମାନୁଛନ୍ତି ।ବାପା କହନ୍ତି: ଆମେ ତାକୁ ସ୍କୁଲକୁ ଛାଡୁନାହୁଁ। ପୁଲିସର ସହାୟତା ମଧ୍ୟ ଲୋଡ଼ିଛୁ।
ବାରବାଙ୍କି ସର୍କଲ୍ ଅଫିସର୍ ଉମାଶଙ୍କର ସିଂହ କହନ୍ତି, ମୁଁ ତାକୁ ପାଠପଢ଼ାରୁ ବଞ୍ଚିତ କରାଇବି ନାହିଁ। ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ତେଣୁ ମୁଁ ଏଠାରେ ଚାକିରି କରୁଥିବା ଯାଏ ତା’ ପଢାଖର୍ଚ୍ଚ ବହନ କରିବି। ସିଂହ ଆହୁରି କହିଛନ୍ତି: ଆମେ ଗୋଟାଏ ଅଭିଯୋଗ ପାଇଛୁ। ମୁଁ ଏହାର ନିରପେକ୍ଷ ତଦନ୍ତ କରିବି।
Follow Us
/kanak/media/post_attachments/wp-content/uploads/2018/09/index-3.jpg)