କାନାଡାର ଏକ ହସପିଟାଲରେ ଏକ ଅଜବ କିନ୍ତୁ ମନଛୁଆଁ ଘଟଣା ଘଟିଛି । ନିଜର ୮ ବର୍ଷୀୟ ରୋଗୀ-ଏକ କୁନି ବାଳକ ମାକିଏର ଅନୁରୋଧ ରକ୍ଷା କରି ଜଣେ ଡାକ୍ତର ତାହାର ଟେଡି ବିୟରର ମଧ୍ୟ ଅପରେସନ କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ମନଛୁଆଁ ଘଟଣାଟି ଘଟିଛି କାନାଡାର ସହର ହୋଲିଫାକ୍ସରେ । ୮ ବର୍ଷୀୟ ଜାକସନ ମାକିଏ କୌଣସି ଏକ ଜଟିଳ ରୋଗରେ ପଡି ଅପରେସନ ପାଇଁ ଆଇଡବ୍ଲୁକେ ହେଲଥସେଣ୍ଟରକୁ ଆସିଥିଲା । ସାଙ୍ଗରେ ତାହାର ଅତି ପ୍ରିୟ ଟେଡି ବିୟରକୁ ମଧ୍ୟ ଆଣିଥିଲା, କାରଣ ଏହି ଟେଡିବିୟରଟି ତାହାର ସୁଖ ଦୁଃଖର ସାଥୀ ।
ବାଳକଟି ମଧ୍ୟ ଭାବୁଥିଲା ଯେ ତା ସହିତ ତା ସାଙ୍ଗର ମଧ୍ୟ ଶରୀର ଅସୁସ୍ଥ ଅଛି । ଏଣୁ ସେ ତାର ଚିକିତ୍ସା କରିବାକୁ ସାଙ୍ଗରେ ଆଣିଥିଲା । ଡାକ୍ତର ଡାନିଏଲ ମାକନିଲି ଯେତେବେଳେ ତାକୁ ଆନାସ୍ଥେସିଆ ଇଂଜେକ୍ସନ ଦେଲେ, ସେ ଡାକ୍ତରଙ୍କୁ ଅନୁରୋଧ କଲାଯେ ତାର ଆଖି ବନ୍ଦ ହେବା ପୂର୍ବରୁ ତାହାର ଅତିପ୍ରିୟ ସାଥୀ ଟେଡିବିୟରକୁ ମଧ୍ୟ ଅପରେସନ କରି ତାକୁ ଆରୋଗ୍ୟ କରାଯାଉ । ତାହାର ଏହି କଥାକୁ ଡାକ୍ତର କାଟି ପାରିନଥିଲେ । ତୁରନ୍ତ ଅପରେସନ ଥିଏଟରରେ ଟେଡି ବିୟରର ଅପରେସନ ନିଜେ ଡାକ୍ତର କରିଥିଲେ । ଏହା ଦେଖି ଦେଖି ବାଳକଟିର ଆଖି ବନ୍ଦ ହୋଇଯାଇଥିଲା, କିନ୍ତୁ ମୁହଁରେ ଥିଲା ଚେନାଏ ହସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/doctor-post.jpg)
/kanak/media/post_attachments/wp-content/uploads/2018/10/halifax-doctor-fix-teddy-bear-of-patient-759-300x167.jpg)