ଆଇଟମ୍ ଅଭିନେତ୍ରୀଙ୍କୁ ମାତ୍ ଦେଲେ ଯୁବକ ! ଅଣ୍ଟା ହଲେଇ ବେଲି ଡ୍ୟାନ୍ସ ନାଚିଲେ । ଦେଖନ୍ତୁ ଭିଡିିଓ ।

233

କିଛି ଦିନ ତଳେ ରିଲିଜ୍ ହୋଇଥିଲା ଜନ୍ ଆବ୍ରାହିମ୍ଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ । ଏହି ଫିଲ୍ମରେ ସିରଫ୍ ତୁମ୍ ଫିଲ୍ମରେ ଥିବା ଗୀତ ଦିଲ୍ବର ଦିଲ୍ବରର ରିମେକ୍ କରାଯାଇଥିବା ବେଳେ ଗୀତରେ ଚାର୍ ଚାନ୍ଦ ଲଗାଇଥିଲେ ଅଭିନେତ୍ରୀ ନୋରା ଫତେହି । ଗୀତରେ ଥବା ତାଙ୍କ ନୃତ୍ୟ ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏଥିରେ ସେ ବେଲି ଡ଼୍ୟାନ୍ସ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । କିନ୍ତୁ ଏବେ ଜଣେ ଯୁବକ ଏହି ଗୀତରେ ଡ଼୍ୟାନ୍ସ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଯୁବକଙ୍କ ନୃତ୍ୟ ଶୈଳୀକୁ ପସନ୍ଦ କରୁଥିବା ଦେଖାଯାଇଛି । ଭିଡ଼ିଓରେ ଥିବା ଯୁବକ ନୋରାଙ୍କୁ ମଧ୍ୟ ପଛରେ ପକାଇ ଦେଇଥିବା ଲୋକେ କହିବା ଆରମ୍ଭ କରିଛନ୍ତି । ଏହି ଭିଡ଼ିଓରେ ନଜର ଆସୁଥିବା ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ କୌଣସି ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୁବକ ନିଜର ପ୍ରତିଭା ଦେଖାଇଥିଲେ ବୋଲି ଜଣା ପଡ଼ିଛି ।