ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ଚିନ୍ତାଜନକ ତଥ୍ୟ । ଏବେ ବି ପୁତ୍ର ସନ୍ତାନ ପ୍ରତି ବଳବତ୍ତର ରହିଛି ଦୁର୍ବଳତା ।

165

କନକ ବ୍ୟୁରୋ : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ଏବେବି ଅନେକ ପୁତ୍ର ସନ୍ତାନ ପାଇଁ ଆଶା କରୁଛନ୍ତି । ରିପୋର୍ଟରେ କୁହାଯାଇଛି, ବିଭିନ୍ନ କ୍ଷେତ୍ରରେ ଝିଅମାନଙ୍କର ସଫଳତା ଓ ଅଭିଭାବକଙ୍କ ପ୍ରତି ସେବା ଯତ୍ନ ସତ୍ୱେ ଏବେ ବି ୭୮ ପ୍ରତିଶତ ମହିଳା ଓ ୭୨ ପ୍ରତିଶତ ପୁରୁଷ ଅନ୍ୟୁନ ଗୋଟିଏ ପୁତ୍ର ସନ୍ତାନ ଚାହୁଁଛନ୍ତି ।

ହ୍ରାସ ପାଉଛି ସନ୍ତାନ ଜନ୍ମ ହାର । ପୁଅ ଜନ୍ମକୁ ଅଗ୍ରାଧିକାର ଦେଉଛନ୍ତି ମହିଳା । ୭୦ ପ୍ରତିଶତରୁ ଅଧିକ ଦମ୍ପତି ଚାହୁଁନାହାନ୍ତି ସନ୍ତାନ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୨୦-୨୧ର ଏହି ତଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇପାରେ । କିନ୍ତୁ ଏହାହିଁ ବାସ୍ତବ । ଆମେ ଚନ୍ଦ୍ରପୃଷ୍ଠରେ ପହଞ୍ଚିସାରିଥିବା ବେଳେ ଏବେବି ଅନେକ ପୁତ୍ର ସନ୍ତାନ ପାଇଁ ଆଶା କରୁଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି, ବିଭିନ୍ନ କ୍ଷେତ୍ରରେ ଝିଅମାନଙ୍କର ସଫଳତା ଓ ଅଭିଭାବକଙ୍କ ପ୍ରତି ସେବା ଯତ୍ନ ସତ୍ୱେ ଏବେ ବି,
– ୭୮ ପ୍ରତିଶତ ମହିଳା ଓ ୭୨ ପ୍ରତିଶତ ପୁରୁଷ ଅନ୍ୟୁନ ଗୋଟିଏ ପୁତ୍ର ସନ୍ତାନ ଚାହୁଁଛନ୍ତି 
– ୧୩ ପ୍ରତିଶତ ମହିଳା ଓ ୧୨ ପ୍ରତିଶତ ପୁରୁଷ ପୁତ୍ର ସନ୍ତାନ ଜନ୍ମ ଚାହାନ୍ତି

ସର୍ଭେ ଅନୁଯାୟୀ ଭାରତରେ ମହିଳାଙ୍କ ସନ୍ତାନ ଜନ୍ମହାର ହ୍ରାସ ହେବାରେ ଲାଗିଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ..
୧୯୯୨-୯୩ରେ ମହିଳାଙ୍କ ପ୍ରଜନନ ହାର ଥିଲା ୨.୯ ପ୍ରତିଶତ
୧୯୯୮-୯୯ରେ ୨.୫ ପ୍ରତିଶତ
୨୦୦୫-୦୬ରେ ୨.୪ ପ୍ରତିଶତ
୨୦୧୫-୧୬ରେ ୨.୧ ପ୍ରତିଶତ
୨୦୧୯-୨୧ରେ ୨.୧ ପ୍ରତିଶତ

ସନ୍ତାନ ଜନ୍ମ ହାର ହ୍ରାସ ପାଇବା ପଛର ଏକାଧିକ କାରଣ ରହିଛି । ଉଭୟ ସ୍ୱାମୀ ସ୍ତ୍ରୀ ଚାକିରୀ କରୁଥିବାରୁ ସନ୍ତାନ ଜନ୍ମ କରିବାକୁ ବି ଅନେକ ଚାହୁଁନଥିବା ବିଶେଷଜ୍ଞ କହିଛନ୍ତି । ବାୟୁମଣ୍ଡଳ ପରିବର୍ତନ ଓ ଜୀବନ ଶୈଳୀ ବଦଳୁଥିବାରୁ ପ୍ରଜନନ କ୍ଷମତା କମୁଥିବା ଚିକିତ୍ସକ କହିଛନ୍ତି । ଏହାସହ ଅତ୍ୟଧିକ ମୋବାଇଲ ଓ ଲ୍ୟାପଟପ ବ୍ୟବହାର କରିବା ଯୋଗୁଁ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡୁଥିବା ବିଶେଷଜ୍ଞ ମତ ରଖିିଛନ୍ତି । ତେବେ ଏଭଳି କାରଣରୁ ଅନେକ ମାନସିକ ଚାପରେ ରହୁଥିବା ମନୋଚିକିତ୍ସକ କହିଛନ୍ତି । ଯଦି ଏଭଳି ହୁଏ ଆଗାମି ଦିନରେ ଦେଶରେ ମହିଳା ଓ ପୁରୁଷଙ୍କ ଅନୁପାତ ମଧ୍ୟରେ ପାର୍ଥକ୍ୟ ଯଥେଷ୍ଟ ବଢ଼ିଯିବ । ଯାହାକି ଚିନ୍ତାଜନକ ବିଷୟ ।