ଗାର୍ଲଫ୍ରେଣ୍ଡ ଖୋଜିବାକୁ ଯୁବକଙ୍କ ଅଜବ କାମ, ରାସ୍ତା କଡରେ ନିଜର ଫଟୋର ହୋର୍ଡିଙ୍ଗ ଲଗାଇ ଲେଖିଲେ...

ଗାର୍ଲଫ୍ରେଣ୍ଡ ଖୋଜିବାକୁ ଯୁବକଙ୍କ ଅଜବ କାମ, ରାସ୍ତା କଡରେ ନିଜର ଫଟୋର ହୋର୍ଡିଙ୍ଗ ଲଗାଇ ଲେଖିଲେ...

କନକ ବ୍ୟୁରୋ: ପ୍ରେମିକା ଖୋଜୁଥିବା ଏହି ଯୁବକଙ୍କୁ ନେଇ ଚର୍ଚ୍ଚା । ଡେଟିଂ ପାଇଁ ବାୟା ହେଉଥିବା ଯୁବକ ଜଣକ ପ୍ରେମିକା ଖୋଜିବାକୁ ରାସ୍ତା କଡରେ ନିଜ ଫଟୋ ସହ ଲଗାଇଲେ ବଡ ବଡ ପୋଷ୍ଟର ଓ ହୋର୍ଡିଙ୍ଗ । ଏବଂ ସେହି ପୋଷ୍ଟରରେ ଲେଖିଲେ ‘ଡେଟ୍ ମି’ ।ତଳେ ସେ ନିଜର ଇମେଲ୍‌ ଆଇଡି ବି ଦେଇଛନ୍ତି। ଆଶ୍ଚର୍ୟ୍ୟର କଥା ହେଉଛି ଏହି ବିଜ୍ଞାପନ ଦେଖି କିଛି ଯୁବତୀ ତାଙ୍କ ସହ ଯୋଗାଯୋଗ ବି କରିଛନ୍ତି। ୨୩ ବର୍ଷୀୟ ଏଡ୍‌ ଚେପ୍‌ମେନ୍‌ ନିଜର ପ୍ରଥମ ଡେଟ୍‌ ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି। ବେଶ୍

ଏଡ୍‌ ଚେପ୍‌ମେନଙ୍କ ଏହି ପ୍ରଚାର ଶୈଳୀ ବେଶ୍ ଚର୍ଚ୍ଚାରେ । ତାଙ୍କ କହିବା କଥା ହେଉଛି ଡେଟିଂ ଆପ୍‌ରେ ତାଙ୍କୁ ସେତେ ଭଲ ଅନୁଭବ ମିଳିନାହିଁ। ସେ ସେଥିରେ ପ୍ରେମିକା ବନାଇବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନ୍‌ର ବାସିନ୍ଦା। ଅନ୍ୟ କେଉଁ ଉପାୟରେ ପ୍ରେମିକା ବନାଇବାରେ ସଫଳ ନହେବାରୁ ସେ ଶେଷ‌ରେ ଏହି ଉପାୟ ଆପଣେଇଛନ୍ତି। ଲାଗୁଛି ତାଙ୍କର ଏହି ନିଆରା ବିଜ୍ଞାପନ ଖୁବ୍ କାମ ଦେଇଛି।

ତାଙ୍କ କହିବା କଥା ହେଉଛି ସେ ଅନେକ ବର୍ଷ ଏକୁଟିଆ ରହିଗଲେ। ଏବେ ଆଉ ତାଙ୍କୁ ଏକା ରହିବାରେ ଇଚ୍ଛା ନାହିଁ। ସେ କାରଣରୁ ଭଲ ପ୍ରେମିକାଟିଏ ପାଇବା ପାଇଁ ସେ ଏପରି ଏକ ‘ଆଉଟ୍‌ ଅଫ୍‌ ବକ୍ସ’ ଆଇଡିଆ ଚିନ୍ତା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe