ବକ୍ସିଂରେ ସତୀଶ କୁମାରଙ୍କ ବିଜୟ : ୯୧ କିଲୋ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ

136

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ବଢିଲା ପଦକ ଭାରତର ପଦକ ଆଶା । ସପ୍ତମ ଦିନରେ ବ୍ୟାଡମିଂଟନ, ହକି,  ତିରନ୍ଦାଜି ଓ ବକ୍ସରରେ ଦମଦାର ପ୍ରଦର୍ଶନ । କ୍ୱାର୍ଟର ଫାଇନାଲରେ ପହଂଚିଲେ ବକ୍ସର ସତୀଶ କୁମାର । ୯୧ କିଲୋଗ୍ରାମ ବର୍ଗରେ ସତୀଶ କୁମାର ଜାମାଇକାର ବକ୍ସର ରିକାର୍ଡୋଙ୍କୁ ୪-୧ରେ ହରାଇଛନ୍ତି । ସତୀଶ ପ୍ରଥମ ରାଉଣ୍ଡ ୫-୦, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ୪-୧ରେ ଜିତିଥିଲେ  ।

ଏହି ବିଜୟ ସହ ସତୀଶ ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି  । ଅର୍ଥାତ୍ ଏବେ ସତୀଶ କୁମାର ମେଡାଲଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି  । ଅଲିମ୍ପିକ ପାଇଁ ସୁପର ହେଭିୱେଟ୍ କ୍ୟାଟାଗୋରୀରେ ଯୋଗ୍ୟତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର  । ୨୦୧୪ ଏସିଆନ୍ ଗେମରେ ସୁପର ହେଭିୱେଟ୍ କ୍ୟାଟାଗୋରୀରେ ସତୀଶୁ କୁମାର ବ୍ରୋଂଜ ମେଡାଲ ଜିତିଥିଲେ  ।