କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ବଢିଲା ପଦକ ଭାରତର ପଦକ ଆଶା । ସପ୍ତମ ଦିନରେ ବ୍ୟାଡମିଂଟନ, ହକି, ତିରନ୍ଦାଜି ଓ ବକ୍ସରରେ ଦମଦାର ପ୍ରଦର୍ଶନ । କ୍ୱାର୍ଟର ଫାଇନାଲରେ ପହଂଚିଲେ ବକ୍ସର ସତୀଶ କୁମାର । ୯୧ କିଲୋଗ୍ରାମ ବର୍ଗରେ ସତୀଶ କୁମାର ଜାମାଇକାର ବକ୍ସର ରିକାର୍ଡୋଙ୍କୁ ୪-୧ରେ ହରାଇଛନ୍ତି । ସତୀଶ ପ୍ରଥମ ରାଉଣ୍ଡ ୫-୦, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ୪-୧ରେ ଜିତିଥିଲେ ।
ଏହି ବିଜୟ ସହ ସତୀଶ ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି । ଅର୍ଥାତ୍ ଏବେ ସତୀଶ କୁମାର ମେଡାଲଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି । ଅଲିମ୍ପିକ ପାଇଁ ସୁପର ହେଭିୱେଟ୍ କ୍ୟାଟାଗୋରୀରେ ଯୋଗ୍ୟତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର । ୨୦୧୪ ଏସିଆନ୍ ଗେମରେ ସୁପର ହେଭିୱେଟ୍ କ୍ୟାଟାଗୋରୀରେ ସତୀଶୁ କୁମାର ବ୍ରୋଂଜ ମେଡାଲ ଜିତିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/12-28.jpg)