କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରୀଡା ଜଗତ ପାଇଁ ଦୁଃଖଦ ଖବର । ସବୁ ମ୍ୟାଚରେ ଜିତିଆସୁଥିବା ବକ୍ସର ଜୀବନ ଯୁଦ୍ଧରେ କିନ୍ତୁ ହାରିଗଲେ । ମ୍ୟାଚ୍ ଚାଲିଥିଲା । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଜିତିବା ପରେ ତୃତୀୟ ରାଉଣ୍ଡରେ ଜିତିଅସୁଥିଲେ । ହେଲେ ହଠାତ୍ ତଳେ ପଡିଯାଇଥିଲେ ଜାର୍ମାନୀର ଖ୍ୟାତନାମା ବକ୍ସର ମୁସା ୟାମକ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ବି ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବକ୍ସି ରିଙ୍ଗରେ ଖେଳୁଥିବାବେଳେ ହିଁ ହୃଦଘାତରେ ତାଙ୍କ ଜୀବନ ଚାଲିଯାଇଛି ।
ମୁନିଚରେ ଚାଲିଥିବା ବକ୍ସିଙ୍ଗ ଚାମ୍ପିଅନସିପରେ ମୁସା ଊଗାଣ୍ଡାର ହାମଜା ୱାଣ୍ଡେରାଙ୍କୁ ଭେଟିଥିଲେ । ହେଲେ ମ୍ୟାଚର ତୃତୀୟ ରାଉଣ୍ଡ ପୂର୍ବରୁ ହଠାତ୍ ମୁସା ମୂର୍ଚ୍ଛା ହୋଇ ତଳେ ପଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।