କନକ ବ୍ୟୁରୋ : ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ ଓ ଅଲିମ୍ପିକ୍ ସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଲଭଲିନା ବର୍ଗୋହାଁ । ବାରମ୍ବାର ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା କହିଛନ୍ତି ଲଭଲିନା । ଶସ୍ତା ରାଜନୀତି ପାଇଁ ତାଙ୍କ ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଆସାମ ଝିଅ ।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡା ଲାଗି ଭାରତୀୟ ମୁଷ୍ଟି ଯୁଦ୍ଧ ଦଳ ଆୟର୍ଲାଣ୍ଡରେ ଅଭ୍ୟାସ ସାରି ରବିବାର ରାତିରେ ବର୍ମିଂହୋମରେ ପହଞ୍ଚିଥିଲେ । ହେଲେ ଲଭଲିନାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ସ୍ୱୀକୃତିପତ୍ର ନଥିବାରୁ କ୍ରୀଡାଗ୍ରାମ ଭିତରକୁ ପ୍ରବେଶ କରିନଥିଲେ । ଏହି ବିଷୟରେ ଜଣାଇ ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ସେଠାରେ ତାଙ୍କୁ ଲଗାତାର ମାନସିକ ଯନ୍ତ୍ରଣା ଦିଆଯାଉଛି । ଯେଉଁ ପ୍ରଶିକ୍ଷକମାନେ ତାଙ୍କୁ ଅଲିମ୍ପିକ୍ସ ପଦକ ଜିତିବାରେ ସହାୟକ ହୋଇଥିଲେ ସେମାନଙ୍କୁ ନିୟମିିତ ଭାବେ ଅଣଦେଖା କରାଯାଉଛି । ଯାହା ତାଙ୍କ ଅଭ୍ୟାସକୁ ବ୍ୟାପକ ଭାବେ ପ୍ରଭାବିତ କରିଛି ।