ମାସ୍କ ପିନ୍ଧିନଥିଲେ ବୋଲି… ଧକ୍କା ମାରି ବକ୍ସରଙ୍କୁ ଫ୍ଲାଇଟରୁ ବାହାର କରିଦେଲା ପୋଲିସ

153

କନକ ବ୍ୟୁରୋ: ବ୍ରିଟିଶ ବକ୍ସର ଆମିର ଖାନଙ୍କୁ ମାସ୍କ ନପିନ୍ଧିବା ପଡିଲା ମହଙ୍ଗା । ମାସ୍କ ପିନ୍ଧିନଥିଲେ ବୋଲି ଆମିରଙ୍କୁ ଆମେରିକାନ ଏୟାରଲାଇନ୍ସ ଧକ୍କା ମାରି ଫ୍ଲାଇଟରୁ ବାହାର କରିଦେଲା । ଏକଥା ନିଜେ ଆମିର ଖାନ ସୋସିଆଲମିଡିଆ ଜରିଆରେ କହିଛନ୍ତି । ଜଣେ ସିଲିବ୍ରିଟି ହୋଇଥିଲେ ମଧ୍ୟ ମାସ୍କ ପିନ୍ଧିନଥିବାରୁ ତାଙ୍କୁ ଅପମାନ ସହିବାକୁ ପଡିଛି ବୋଲି ସେ କହିଛନ୍ତି ।

ଟ୍ୱିଟରରେ ଏହାର ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ନ୍ୟୁୟର୍କର ଏକ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବାକୁ ଯାଉଥିଲେ । ନିଜ ସହିତ ଏଭଳି ଏକ ବ୍ୟବହାରକୁ ଗୃଣିତ ବୋଲି କହିଛନ୍ତି ଆମିର ।

ତାଙ୍କ କହିବାନୁସାରେ ତାଙ୍କ ବିମାନରେ କେହି ଜଣେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ କି ସେ ଭଲରେ ମାସ୍କ ପିନ୍ଧିନଥିଲେ ବୋଲି । ଏହାପରେ ତାଙ୍କ ସାଙ୍ଗ ସହ ତାଙ୍କୁ ବିମାନରୁ ଓହ୍ଲାଇଦେଇଥିଲେ ପୋଲିସ । ଆମିରଙ୍କ କହିବାନୁସାରେ ତାଙ୍କୁ ଓ ତାଙ୍କ ସାଙ୍ଗକୁ ଧକ୍କା ମାରି ପ୍ଲାଇଟରୁ ଓହ୍ଲାଇ ଦେଇଥିଲେ ।