ବୁଧବାର ରିଲିଜ ହେବ ବଲିଉଡ ଫିଲ୍ମ ପଠାନ। ଆଡଭାନ୍ସ ବୁକିଂରେ କେଜିଏଫ-ଟୁ ଓ ବାହୁବଳୀ ଟୁର ରେକର୍ଡ ଭାଙ୍ଗିଲା ଶାହାରୁଖଙ୍କ ଫିଲ୍ମ୍

139

କନକ ବ୍ୟୁରୋ : ହଲକୁ ଫିଲ୍ମ ଦେଖିବାକୁ ଡାକୁଛନ୍ତି ଶାହରୁଖ ଖାନ୍ । ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ୍ ରିଲିଜ ହେବାକୁ ଯାଉଛି । ୩ ବର୍ଷ ପରେ ଶାହରୁଖ ଖାନଙ୍କ ଫିଲ୍ମକୁ ବଡ ପରଦାରେ ଦେଖିବେ ଦର୍ଶକ । ଏହାପୂର୍ବରୁ ବିଭିନ୍ନ ଫିଲ୍ମ ହଲରେ ଟିକେଟ ଚଢା ଦରରେ ବିକ୍ରି ହେଉଛି । ଟିକେଟ ପିଛା ୨୪ ଶହ ଟଂକାରେ ବିକ୍ରି ହେଉଥିବା ଟ୍ୱିଟରରେ ଜଣାପଡିଛି । ତେବେ ଆଡଭାନ୍ସ ଟିକେଟ ବୁକିଂରେ ବାହୁବଳୀ ଟୁ ଏବଂ କେଜିଏଫ-ଟୁର ରେକର୍ଡ ଭାଙ୍ଗିଛି ଶାହରୁଖଙ୍କ ପଠାନ ।

୨୫୦ କୋଟି ଟଂକାରେ ଏହି ଫିଲ୍ମ ନିର୍ମାଣ ହୋଇଛି । ୩୦୦ କୋଟି ବକ୍ସ ଅଫିସ କ୍ଲବରେ ସାମିଲ ହେବ ବୋଲି ଶାହରୁଖ ଆଶା ରଖିଛନ୍ତି । ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନିକୁ ନେଇ ବିବାଦ ଥିଲା । ଏହାକୁ ନେଇ ଆପତି ଉଠିବା ପରେ ସେନସର ବୋର୍ଡ ମଧ୍ୟ ଏହି ଗେରୁଆ ରଙ୍ଗର ବିକିନି ଦୃଶ୍ୟକୁ ହଟାଇବାକୁ କହିଥିଲ।। ଏବେ ଫିଲ୍ମଟି ପୂର୍ବପରି ବିରୋଧର ସାମ୍ନା କରୁନାହିଁ । ଯାହା ରିଲିଜ ପୂର୍ବରୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି । ଶାହାରୁଖଙ୍କ ଫ୍ୟାନମାନେ ବିଭିନ୍ନ ପ୍ରକାର ଟ୍ୱିଟ୍ କରୁଛନ୍ତି । ଆଉ ଶାହରୁଖ ମଧ୍ୟ ନିଜେ ଏହି ଟ୍ୱିଟର ଜବାବ ଦେଉଛନ୍ତି । ଆଉ ହଲକୁ ଆସି ଫିଲ୍ମକୁ ଦେଖିବାକୁ ଅପିଲ୍ କରିଛନ୍ତି କିଙ୍ଗ ଖାନ୍ ।