କନକ ବ୍ୟୁରୋ :ମାର୍ଭେଲର ଫିଲ୍ମ ଡେଡପୁଲ ଆଣ୍ଡ ୱୋଲଭେରିନ ସିନେମା ପରଦାରେ ମୁକ୍ତି ଲାଭ କରିବାର ପ୍ରଥମ ଦିନରେ ବହୁତ ଭଲ ରୋଜଗାର କରିଛି । ଏହି ଫିଲ୍ମରେ ରାୟନ ରେନାଲ୍ଡଙ୍କ ସହିତ ହ୍ୟୁଗ୍ ଜ୍ୟାକମେନଙ୍କୁ ଦେଖିବା ପାଇଁ ମିଳିଛି । ଏହି ୨ଜଣ ବଡ କଳାକାର ଡେଡପୁଲ ଆଣ୍ଡ ୱୋଲଭେରିନ ଚରିତ୍ରରେ ଭାରତ ତଥା ବିଦେଶର ଦର୍ଶକମାନଙ୍କୁ ବହୁତ ଆର୍କଶିତ କରୁିଛନ୍ତି । ଭାରତରେ ଫିଲ୍ମର ପ୍ରଥମ ଦିନର ରୋଜଗାର ବହୁତ ଭଲ ରହିଛି ।

ନିର୍ଦ୍ଦେଶକ ଶନ୍ ଲେଭିଙ୍କ ନିର୍ମିତ ଡେଡପୁଲ ଆଣ୍ଡ ୱୋଲଭେରିନ ଫିଲ୍ମ ୨୬ ଜୁଲାଇ ୨୦୨୪ ତଥା ଗତ ଶୁକ୍ରବା ବକ୍ସ ଅଫିସରେ ମୁକ୍ତି ଲାଭ କରିଥିଲା । ଏହି ଫିଲ୍ମ କୁ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତି ଲାଭ କରଯାଇଥିଲା । ଶୁକ୍ରବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଚଳଚିତ୍ରକୁ ଦେଖିବା ପାଇଁ ବିଭିନ୍ନ ପ୍ରେକ୍ଷାଳୟକୁ ଯାଇଥିଲେ । ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ଚମତ୍କାର ରୋଜଗାର କରିଛି ।

ସୂଚନା ଅନୁସାରେ ରେନାଲ୍ଡ ଏବଂ ଜ୍ୟାକମେନଙ୍କ ଚଳଚିତ୍ର ସମସ୍ତ ଭାଷାରେ ଭାରତୀୟ ବକ୍ସ ଅଫିସରେ ୨୨.୩ କୋଟି ଟଙ୍କା ସଂଗ୍ରହ କରିଛି । ଇଂରାଜୀରେ ୧୧.୯ କୋଟି , ହିନ୍ଦୀ ୮,୧ କୋଟି , ତେଲୁଗୁ ୧.୨ କୋଟି ଏବଂ ତାମିଲରେ ୧.୧ କୋଟି ଟଙ୍କା ମୁକ୍ତି ଲାଭର ପ୍ରଥମ ଦିନରେ ସଂଗ୍ରହ କରିଛି ।

ଭାରତର ବକ୍ସ ଅଫିସରେ ପ୍ରଥମ ଦିନରେ ସବୁଠାରୁ ଅଧିକ ରୋଜଗାର କରିଥିବା ଷଷ୍ଠ ଚଳଚିତ୍ର ଡେଡପୁଲ ଆଣ୍ଡ ୱୋଲଭେରିନ । ଏହି ଫିଲ୍ମ ସିନେମା ପରଦାକୁ ଆସିବା ପୂର୍ବରୁ ଆଭେଞ୍ଜର୍ସ ଏଣ୍ଡଗେମ୍ ପ୍ରଥମଦିନରେ ୫୩.୧୦ କୋଟି ଟଙ୍କା ରୋଜଗାର କରିଥିଲା, ଅବତାର ମଧ୍ୟ ୪୦ କୋଟି , ସ୍ପାଇଡରମ୍ୟାନ ନୋ ବେ ହୋମ୍ ୩୨.୬୭ କୋଟି, ଏଭେଞ୍ଜର୍ସ ଇନଫିନିଟି ୱାର ୩୧.୩୦ କୋଟି ଏବଂ ଡଃ ଷ୍ଟେଜ୍ ମକ୍ଟିଭର୍ ଅଫ୍ ମ୍ୟାଡନେସ୍ର ନମ୍ବର ଆସିପାରେ ବୋଲି ଆକଳନ କରାଯାଉଛି ।

ଆଶା କରାଯାଉଛି ସୋମବାର ସୁଦ୍ଧା ଡେଡପୁଲ ଆଣ୍ଡ ୱୋଲଭେରିନ ୨୦୨୪ର ସବୁଠାରୁ ବଡ ଓପନିଂ ଚଳଚିତ୍ର ହେବ ବୋଲି । ଡିଜ୍ଜି ଦ୍ୱାରା ନିିର୍ମିତ ପ୍ରଥମ ଆର-ରେଟେଡ ଚଳଚିତ୍ର ଡେଡପୁଲ ଆଣ୍ଡ ୱୋଲଭେରିନ । ଅନେକ ବର୍ଷପରେ ହ୍ୟୁଗ୍ ଜ୍ୟାକମେନ ତାଙ୍କ ୱୋଲଭେରିନ ଭୂମିକାରେ ଫେରିଛନ୍ତି ଏଥି ପାଇଁ ଦର୍ଶକମାନେ ଅତ୍ୟନ୍ତ ଖୁସି ଅଛନ୍ତି ।