Image Courtesy : http://media2.intoday.in
ବକ୍ସ ଅଫିସରେ ଧୁମ୍ ମଚାଉଛି ସିନେମା ‘ଜୁଡୱା ୨’ । ଶହାରୁଖଙ୍କୁ ପଛରେ ଛାଡିଲେ ବରୁଣ ଧୱନ୍ । ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହି ସିନେମା ଅନେକ ରେକର୍ଡ ଭାଙ୍ଗିବା ସହ କରୁଛି ଜବରଦସ୍ତ ଆୟ । ରିଲିଜ୍ ଦିନ ହିଁ ସିନେମା ୧୫.୫୫ କୋଟି ଆୟ କରିଛି । ଏହା ସହ ବରୁଣ , ଜ୍ୟାକଲିନ୍ ଏବଂ ତାପସୀଙ୍କ ପ୍ରଥମ ଦିନ ସବୁଠାରୁ ଅଧିକ ଆୟ କରିଥିବା ସିନେମା ବନିଯାଇଛି ‘ଜୁଡୱା ୨’ ।
ଟପ୍ ୫ ଓପନରରେ ନିଜ ନାଁ ସାମିଲ୍ କରିସାରିଛି ସିନେମା ‘ଜୁଡୱା ୨’ । ପ୍ରଥମ ଦିନରେ ହିଁ ଜବରଦସ୍ତ ଆୟ କରିଥିବା ସିନେମା ମଧ୍ୟରେ ରହିଛି ବାହୁବଳୀ (୪୧ କୋଟି), ସଲମାନଙ୍କ ଟ୍ୟୁବଲାଇଟ୍ (୨୧.୧୫ କୋଟି), ଶାହାରୁଖଙ୍କ ରଇସ୍ (୨୦.୫୫ କୋଟି), ବରୁଣ ଧୱନଙ୍କ (୧୫.୫୫ କୋଟି) ଏବଂ ଶାହାରୁଖଙ୍କ ଜବ୍ ହୈରୀ ମେଟ୍ ସେଜଲ୍ (୧୫.୨୫ କୋଟି) ।
କେବଳ ଦର୍ଶକ ନୁହେଁ କ୍ରିଟିକ୍ସଙ୍କ ହୃଦୟ ମଧ୍ୟ ଛୁଇଁ ପାରିଛି ‘ଜୁଡୱା ୨’ । ଫିଲ୍ମ ମେକର୍ସଙ୍କ ଆଶା ଯେ ୱିକଏଣ୍ଡରେ ଭଲ ଆୟ ସହ ପ୍ରଦର୍ଶନ କରିଥିବ ସିନେମା । ଏହା ସହ ସନେମାଟି ବରୁଣ ଧୱନ, ତାପସୀ ଏବଂ ଜ୍ୟାକଲିନଙ୍କ ସିନେମା କ୍ୟାରିୟରକୁ ମାଇଲେଜ୍ ଦେବ ବୋଲି ଆଶା କରାଯାଉଛି । ସଲମାନଙ୍କ ସିନେମା ‘ଜୁଡୱା’ ର ସିକ୍ୱେଲ୍ ହେଉଛି ‘ଜୁଡୱା ୨’ ।
Follow Us