ବନ୍ଧା ହେଲା ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଘବ ଜେନା । ରାଜଧାନୀରେ ଜାଗା ପଜେସନ୍ ଦେବା ନାଁରେ କରୁଥିଲା ଦଲାଲି । ବାଙ୍କୀରୁ ବାନ୍ଧିଲା ପୁଲିସ

226

କନକ ବ୍ୟୁରୋ: କମିଶନରେଟ୍ ପୋଲିସକୁ ଚକମା ଦେଇ ବେଶ କିଛି ଦିନ ଲୁଚି ବୁଲିବା ପରେ ଶେଷରେ ବନ୍ଧା ହୋଇଛି ପେଶାଦାର ଅପରାଧୀ ରାଘବ ଜେନା । ଫେରାର ଥିବା ବାଉନ୍ସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ବାଙ୍କୀରୁ ଗିରଫ କରିଛି ପୋଲିସ । ରାଜଧାନୀରେ ଜାଗା ପଜେସନ୍ ଦେବା ନାଁରେ ଦଲାଲି କରୁଥିବା ତା ବିରୋଧରେ ଅଭିଯୋଗ ରହିଛି ।

  • ମାଷ୍ଟରମାଇଣ୍ଡର ଲୁଚକାଳି ଖେଳ ଖତମ୍ 
  • ପୋଲିସ କବଜାରେ ରାଘବ ଜେନା

କିଛି ଦିନର ଛକାପଞ୍ଜା ପରେ ପୋଲିସ କବଜାକୁ ଆସିଛି ବାଉନ୍ସର ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ରାଘବ ଜେନା । ଏ ହେଉଛି ସେହି ରାଘବ ଜେନା ଯିଏ ଗତମାସ ୨୫ ତାରିଖରେ ନୟାପ୍ଲଲୀରେ ବିବାଦୀୟ ଜମି ଜବରଦଖଲ ପାଇଁ ବାଉନ୍ସର ଲଗାଇ ଦୋକାନ ଭାଙ୍ଗିଥିଲା । ବାଉନ୍ସର ତ ଗିରଫ ହୋଇଥିଲେ କିନ୍ତୁ ସେ ଫେରାର ହୋଇଯାଇଥିଲା । ରାଜଧାନୀରୁ ନୟାଗଡ ଓ ନୟାଗଡରୁ ବାଙ୍କୀ ଲୁଚି ବୁଲୁଥିଲା ରାଘବ । ଏବେ କିଛିଦିନର ଲୁଚକାଳି ପରେ ମାଷ୍ଟରମାଇଣ୍ଡକୁ ବାଙ୍କୀରୁ ଧରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ନୟାପଲ୍ଲୀ ଥାନାର ସ୍ୱତନ୍ତ୍ର ଟିମ ।

  • ରାଘବ ନାଁରେ ଥାନାରେ ମାଳମାଳ ମାମଲା
  • ଲାଗିଛି ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା

ରାଘବ ଜେନା କେବଳ ବାଉନ୍ସରଙ୍କ ମାଷ୍ଟରମାଇଣ୍ଡ ନଥିଲା, ଭୁବନେଶ୍ୱର ଝାରପଡା ଅଞ୍ଚଳରେ ନିଜର ଜବରଦଖଲ ସାମ୍ରାଜ୍ୟ ଚଳାଇଥିଲା । ସରକାରୀ ଜାଗାରେ ଦୋକାନ ଓ ଘର କରି ଭଡାରେ ଲଗାଇଥିଲା । ଆଉ ସଂପୃକ୍ତ ଦୋକାନ ଘରେ ବୁଲଡୋଜାର ଚାଲିବା ପରେ ରାଘବ ଫେରାର ହୋଇଯାଇଥିଲା ।

  • ରାଘବ ନାଁରେ ୧୫ ରୁ ଅଧିକ ଅପରାଧିକ ମାମଲା ରହିଛି
  • ହତ୍ୟା ଉଦ୍ୟମ ଭଳି ସଂଘାତିକ ଦଫା ବି ଲାଗିଛି
  • ଗିରଫ ଭୟରେ ଠିକଣା ବଦଳାଇବାରେ ମାହିର ଥିଲା ରାଘବ
  • ରାଘବ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଘରେ ଲୁଚି ରହୁଥିଲା
  • ପୁଲିସ ଜାଲ ବିଛାଇ ସମସ୍ତଙ୍କ ଫୋନ କୁ ଟ୍ରାକ କରିଥିଲା

ଏହି ଘଟଣାରେ ରାଘବ ସହ ତା ସହଯୋଗୀ ସୋମ୍ୟରଞ୍ଜନ ରଣସିଂକୁ ମଧ୍ୟ ଗିରଫ କରାଯାଇଛି । ରାଘବ ଓ ତା ସହଯୋଗୀ ସୋମ୍ୟରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନୟାପଲ୍ଲୀ ଜବର ଦଖଲ ପାଇଁ ସୁପାରି ଦେଇଥିବା ଦାସପୁରିଆ ଭାଇ ବର୍ତମାନ ସୁଧା ଫରାର ଥିବା ବେଳେ ଖୁବଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛି ପୋଲିସ ।