ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !

ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !

କନକ ବ୍ୟୁରୋ : ଭୁବନେଶ୍ୱ୍ୱର ଚନ୍ଦ୍ରଶେଖରପୁର ଥାନା ଅଧିନ ଡମଣା ନିକଟରେ ରହିଛି ଭୂମି ଇନଫ୍ରା ପ୍ରାଇଭେଟ ଲିମିଟେଡ । ଜାଗାକୁ ରାସ୍ତା ଖୋଲିବାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଜୋର ଜବରଦସ୍ତ ରାସ୍ତାକୁ ବାଟ ଫିଟାଇବା ପାଇଁ ଠିକା ନେଇଥିଲେ ବାଉଁସର । ଆଉ ଏଠାରେ ସତେ ଯେମିତି ଚାଲିଥିଲା ଜୋର ଯାର ମୂଲକ ତାର । ବାଉଁସର ସାଜିଥିଲେ ଗୁଣ୍ଡା । ଗୋଟିଏ ଚୁଟକିରେ ବିଲଡରଙ୍କ ଜାଗାକୁ ଖାଲିକରି ନେଇଯାଉଥିଲେ ପଜେସନ । ଜୁଲମ ଏତେ ବଢିଥିଲା ଯେ ବିଲଡରଙ୍କ ଘର ଭିତରେ ପଶି ବିଲଡରଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରି ସଂପୂର୍ଣ୍ଣ ଅଂଚଳକୁ ନିଜ କବଜାକୁ ନେଇଥିଲେ ଏହି ଗୁଣ୍ଡା ବାହିନୀର ବାଉଁସର ।ଖ।ଲି ସେତିକି ନୁହେଁ ତଂଟି ଚିପି ମାରଣାସ୍ତ୍ର ଦେଖାଇ ଧମକ ଦେବାସହ ,ଟଙ୍କା ,ସୁନା ଗହଣା ଛଡ଼ାଇ ଭୁବନେଶ୍ୱର ଛାଡ଼ିବାକୁ ବି ଧମକ ଦେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଆଣିଥିଲେ ଭୁମି ଇନଫ୍ରା ପ୍ରାଇଭେଟ ଲିମିଟେଡ଼ର ମାଲିକ ମାନସ ବେହେରା ।

ଅନ୍ୟକୁ ସୁରକ୍ଷା ଦେବାପାଇଁ ବାଉଁସର ସାଜିଥିବା ଏହି ଅଭିଯୁକ୍ତଙ୍କ ଅସଲ ଚେହେରା ସେତେବେଳେ ପଦାକୁ ଆସିଲା ଯେତେବେଳେ ସୁରକ୍ଷା ବାହାନାରେ ଏମାନଙ୍କ ଗୁଣ୍ଡାରାଜର କାହାଣି ପଦାକୁ ଆସିଲା । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବାଉଁସର ମୁଖିଆ ଗାଡ଼କଣର ପଦିଆ ସାହୁକୁ ଗୁିରଫ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ଏହି ଜାଗାକୁ ନିଜ ଦଖଳକୁ ନେବାପାଇଁ ପଦିଆ ତାର ପତିଆରା ଜାହିର କରିବା ସହ ନିଜ ବାଉଁଶର ବାହିନୀକୁ କାମରେ ଳଗାଇଥିଲା । ପୂରା କାହାଣୀ ପଦାକୁ ଆସିବା ପରେ ପଦିଆର ଚାରି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

ଆଇନକୁ ହାତକୁ ନନେଇ ଅପରାଧ ଠାରୁ ଦୂରରେ ନ ରହିଲେ ସିଧା ଝାରପଡ଼ା ଜେଲକୁ ପଠାଇ ଦେବ ବୋଲି ଚେତାବନୀ ଦେଇଛି କମିଶନରେଟ ପୁଲିସ । ତେବେ ଭୁବନେଶ୍ୱରକୁ ନିଜ ପୈତୃକ ସଂପତି ଭାବି ଏଠାରେ ଗୁଣ୍ଡାରାଜ ଚଲାଇଥିବା କିଛି ଅପରାଧୀଙ୍କ ନୂଆ ତାଲିକା ପ୍ରସ୍ତୁତ କରିଛି ପୁଲିସ । ଭଦ୍ର ମୁଖାପିନ୍ଧା କିଛି ବ୍ୟକ୍ତିବିଶେଷ ନିଜକୁ ରାଜନେତାଙ୍କ ପାଖଲୋକ କହି ଜାଗା ଜବରଦଖଲରୁ କୋଟିକୋଟି ଟଙ୍କା ଆଦାୟ କରୁଛନ୍ତି । କେବଳ ଅଭିଯୋଗକୁ ଅପେକ୍ଷା । ଖୁବଶୀଘ୍ର ଏମାନଙ୍କ ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe