କନକ ବ୍ୟୁରୋ : ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ, ବାରିପଦା ପରେ ଓଡିଶାର ତୃତୀୟ ବୃହତ୍ ତଥା ପଶ୍ଚିମ ଓଡିଶାର ସବୁଠାରୁ ବଡ ରଥ ବୌଦ୍ଧରେ ରହିଛି । ବୌଦ୍ଧର ରଥର ନିର୍ମାଣ ଶୈଳୀ ସଂପୂର୍ଣ୍ଣ ଭିନ୍ନ । ଅଭଙ୍ଗା ରଥରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ । ଯାହାକି ପୃଥିବୀରେ ବିରଳ । ରଥଯାତ୍ରା ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
କାହିଁ କେଉଁ କାଳରୁ ନିର୍ମାଣ ହୋଇଥିବା ବୌଦ୍ଧ ରଥର ରହିଛି ବିଶେଷ ସ୍ୱତନ୍ତ୍ରତା । ୩୮ ଫୁଟ ଉଚ୍ଚ ଏବଂ ୨୩ଫୁଟ ଚଉଡା ଅଭଙ୍ଗା ଏହି ରଥକୁ ପ୍ରତ୍ୟେକ ବର୍ଷ କେବଳ ମରାମତି ଯାଏ । ଭିନ୍ନ ଶେଳୀରେ ନିର୍ମାଣ ହୋଇଥିବା ବୌଦ୍ଧ ରଥର ମଧ୍ୟ ଭାଗରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ । ଗୁଣ୍ଡିଚା ଏବଂ ବାହୁଡା ସମୟରେ ସଂପୂର୍ଣ୍ଣ ରଥକୁ ବୁଲାନଯାଇ କେବଳ ରଥାରୁଢ ଶ୍ରୀଜୀଉଙ୍କ ବେଦୀକୁ ବୁଲାଯାଇଥାଏ । ପୁରୀ ଭଳି ବୌଦ୍ଧରେ ମଧ୍ୟ ୩ ଠାକୁରଙ୍କୁ ଧାଡି ପହଣ୍ଡିରେ ରଥାରୁଢ କରାଯାଇଥାଏ । ବୌଦ୍ଧ ରାଜା ଛେରା ପହଁରା କରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ । ଗୁଣ୍ଡଚା ମନ୍ଦିରରେ ରହିବା ସମୟରେ ମହାପ୍ରଭୁ ୧୦ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।ରଥ ମରାମତି ପାଇଁ କଂଟାମାଳ ଜଙ୍ଗଲରୁ ବିଭିନ୍ନ ପ୍ରକାରର କାଠ ଅଣାଯାଇଥାଏ । ଜୁଲାଇ ୪ ତାରିଖରେ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ରଥର ମରାମତିରେ ଦିନରାତି ଏକ କରିଦେଇଛନ୍ତି ମହାରଣା କାରିଗର । ରଥର ରଙ୍ଗ କାର୍ଯ୍ୟ ମଧ୍ୟ ଚାଲିଛି । ରଥଯାତ୍ରା ଯଥେଷ୍ଟ ପୂର୍ବରୁ ରଥ ମରାମତି କାମ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ମହାରଣା । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ରଥ କମଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Screen-Shot-2019-06-25-at-4.39.29-PM.png)