କନକ ବ୍ୟୁରୋ : ଧାନ ଫସଲରେ ଚକଡା ଚଡକ ପରେ ଏବେ ଚାଷୀଙ୍କୁ ଘାରିଛି ପିଆଜ ଚିନ୍ତା । ଫେଲ ମାରିଛି ପିଆଜ ଚାଷ । ଉଦ୍ୟାନ ବିଭାଗ ଏବଂ ନେସନାଲ ସିଡ୍ସ କମ୍ଫାନୀ ର ମଧୁଚନ୍ଦ୍ରିକା ରେ ନିମ୍ନ ମାନର ବିହନ ଯୋଗାଇଥିବା ଅଭିଯୋଗ । ବିହନ ହେଉନି ଗଜା ଉଠୁନି ଗଛ । ଋଣ ଭାର କରି ଏବେ କରିଥିବା ଚାଷର ଋଣ ପରିଶୋଧ କିଭଳ କରିବ ଆଉ ପରିବାର ପ୍ରତିପୋଷଣ କରିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ପିଆଜ ଚାଷୀ । ଅନ୍ୟପଟେ ବିଭାଗୀୟ ଅଧିକାରୀ କହୁଛନ୍ତି ଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ । ଏଭଳି ଏକ ଚିତ୍ର ସାମନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ ।
ଗଛ ହେବ କଣ ଗଜା ହେଲାନି ସରକାରୀ ବିହନ । ଚଳିତ ଖରିଫ୍ ଋତୁରେ ଜିଲ୍ଲାର କଂଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ସଦର ବ୍ଲକରେ ୧୦୦ ହେକ୍ଟର ଜମିରେ ପିଆଜ ଚାଷ ପାଇଁ ନ୍ୟାସନାଲ ସିଡ୍ସ କମ୍ପାନୀ ପକ୍ଷରୁ ଉଦ୍ୟାନ ବିଭାଗ ଜରିଆରେ ଯୋଗାଇ ଦିଆଯାଇଥିଲା ପିଆଜ ବିହନ । ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଯିବା ପରେ ପିଆଜ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ ଚାଷୀ । ହେଲେ ନିମ୍ନମାନର ବିହନ ଯୋଗୁଁ ପିଆଜ ମଂଜି ଗଜା ନହେବାରୁ ଚାଷୀର ଚିନ୍ତା ବଢିଯାଇଛି ।
କାଁ ଭାଁ କୋଉଁଠି ପିଆଜ ଗଛ ହୋଇଥିଲେ ବି ରୋଗପୋକ ଦାଉରୁ ବର୍ତିପାରିନି । ସେପଟେ ନିମ୍ନମାନର ବିହନ ଯୋଗୁଁ ପିଆଜ ଚାଷ ଉଜୁଡି ଯାଇଥିବା ସ୍ୱୀକାର କରିଛନ୍ତି ବିଭାଗୀୟ ଅଧିକାରୀ । ଏଥିପାଇଁ ବିହନ ଯୋଗାଇଥିବା କମ୍ପାନୀକୁ ଦାୟି କରିବା ସହ ଏକର ପିଛା ଚାଷୀଙ୍କୁ ୩ହଜାର ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ୩ହଜାର ଟଙ୍କା କ୍ଷତିପୂରଣ ରାଶି କଣ ଚାଷୀଙ୍କ ପାଇଁ ଯଥେଷ୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/vlcsnap-2018-12-14-17h04m12s622-300x220.png)
/kanak/media/post_attachments/wp-content/uploads/2018/12/vlcsnap-2018-12-14-17h04m10s383-300x220.png)