କନକ ବ୍ୟୁରୋ: ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆରଟିଓ ବସନ୍ତ କୁମାର ମହାପାତ୍ର ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି କୋଟି କୋଟି ଟଙ୍କା । ଏହାଜଣାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବୌଦ୍ଧ ଆରଟିଓ ଅଫିସ, ବସନ୍ତଙ୍କ ଭଡାଘର, ଭୁବନେଶ୍ୱରସ୍ଥିତ ବିଭିନ୍ନ ଠିକଣା, ଭଞ୍ଜନଗର ସ୍ଥିତ ପୈତୃକ ଘରେ ଓ ବ୍ରହ୍ମପୁର ଚଢ଼ାଉ କରାଯାଇଥିଲା । ଛାନବିନରୁ ଜଣାପଡିଥିଲା:

Advertisment

କେବଳ ଭୁବନେଶ୍ୱରରେ ରହିଛି ବସନ୍ତଙ୍କର ୫ ଟି ଫ୍ଲାଟ
ଭୁବନେଶ୍ୱର ଓ ବେଙ୍ଗାଲୁରରେ ଆଉ ଦୁଇଟି ଫ୍ଲାଟ କିଣିବା ପାଇଁ ଅଗ୍ରୀମ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି
ଭୁବନେଶ୍ୱରର ଏକ ବଡ ସପିଂ ମଲରେ ରହିଛି ଦୁଇଟି ବଡ ବଡ ଦୋକାନ ଘର
ବସନ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ରହିଛି ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା
ବଣ୍ଡ୍ ମାଧ୍ୟମରେ ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା
୩୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ରହିଛି
ପାଖାପାଖି ୨୬୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ।

କିନ୍ତୁ ଜବତ ସମ୍ପତ୍ତିର ସଠିକ ହିସାବ ଦେଇନପାରିବାରୁ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୁବେର ଆରଟିଓ ବସନ୍ତ ମହାପାତ୍ର ।