କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ବୌଦ୍ଧ ପୋଲିସ । ଏଯାଏଁ ଧରାପଡିଲେଣି ୧୫ ଅଭିଯୁକ୍ତ ।

190

କନକ ବ୍ୟୁରୋ: ନିଶା ବିରୋଧୀ ଅଭିଯାନରେ ବୌଦ୍ଧ ପୋଲିସକୁ ସଫଳତା । ୩ କୁଇଂଟାଲ ଗଂଜେଇ ଜବତ କରିବା ସହ ଗୋଟିଏ ଟ୍ରକ ଜବତ କରିଛି ପୋଲିସ୍ । ଏହାସହ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି । ଆନ୍ତରାଜ୍ୟ ଚାଲାଣ ବେଳେ ବୌଦ୍ଧ ବ୍ରିଜ୍ ନିକଟରୁ ଏହି ଗଂଜେଇ ଧରାପଡ଼ିଛି । ବୌଦ୍ଧ ପୋଲିସ୍ ନିଶା ବିରୋଧୀ ଅଭିଯାନ ଜୋରଦାର କରିଥିବା ବେଳେ ପ୍ରାୟ ୧୫ ଦିନ ଭିତରେ ପ୍ରାୟ ୨ଟନ୍ ଗଞ୍ଜେଇ ଜବତ ହୋଇଛି । ଗୋଟିଏ ଟ୍ରକ୍, ଗୋଟିଏ କାର, ବାଇକ ଜବତ କରିଛି । ଏହାସହ ୧୫ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି ।