ବୌଦ୍ଧରେ କିଏ ମାରିବ ବାଜି ? ବିଧାୟକ ରେସରେ ତିନି ହେଭିୱେଟ୍ ନେତା; କାହାକୁ ଭରଷିବେ ଜନତା ?

51

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାର ବୌଦ୍ଧ ନିର୍ବାଚନୀ ମଣ୍ଡଳୀ ୩୪ଟି ପଂଚାୟତକୁ ନେଇ ଗଠିତ । ଏଥିରେ ବୌଦ୍ଧ ବ୍ଲକର ୧୧ଟି ପଂଚାୟତ ଓ ହରଭଙ୍ଗା ବ୍ଲକର ସମସ୍ତ ୨୩ଟି ପଂଚାୟତ ରହିଛି । ଚଳିତ ନିର୍ବାଚନରେ ମୋଟ୍ ୧ ଲକ୍ଷ ୫୬ ହଜାର ୩୩ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ଦୀର୍ଘ ୨୯ ବର୍ଷ ହେବ ଲଗାତର ଭାବରେ ଏହି ନିର୍ବାଚନ ମଣ୍ଡଳୀଟି ଅଣକଂଗ୍ରେସ ଦଳର ପ୍ରାର୍ଥୀଙ୍କ ହାତରେ ରହିଆସିଛି । ବିଜେଡିର ପ୍ରଦୀପ କୁମାର ଅମାତ ଏକୁଟିଆ ଦୀର୍ଘ ୧୯ ବର୍ଷ ହେଲା ଏହି ଆସନରୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ସେ ଏଥର ପୁଣି ଲଢୁଛନ୍ତି ।

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୩୯ ହଜାର ୬୨୧
– ମତ ଦେଇଥିଲେ – ୧ ଲକ୍ଷ ୧୨ ଶହ ୩୪୯
– ଭୋଟଦାନ ହାର – ୮୦.୪୭%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଦୀପ କୁମାର ଅମାତ ବିଜେଡି ୫୪, ୬୧୮ ୪୮.୬୧% ବିଜୟୀ
ସୁଶାନ୍ତ କୁମାର ପ୍ରଧାନ କଂଗ୍ରେସ ୪୩,୪୭୦ ୩୮.୬୯% ପରାସ୍ତ
ସୂର୍ଯ୍ୟ ନାରାୟଣ ମହାପାତ୍ର ବିଜେପି ୮,୫୯୭ ୭.୬୫% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଦୀପ କୁମାର ଅମାତ
ଦଳ – ବିଜେଡି
ଭୋଟ – ୫୪,୬୧୮
ପ୍ରତିଶତ – ୪୮.୬୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ସୂର୍ଯ୍ୟ ନାରାୟଣ ମହାପାତ୍ର
ଦଳ – ବିଜେପି
ଭୋଟ – ୮,୫୯୭
ପ୍ରତିଶତ – ୭.୬୫%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ସୁଶାନ୍ତ କୁମାର ପ୍ରଧାନ
ଦଳ – କଂଗ୍ରେସ
ଭୋଟ – ୪୩,୪୭୦
ପ୍ରତିଶତ – ୩୮.୬୯%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ପ୍ରଦୀପ କୁମାର ଅମାତ ନିର୍ବାଚନ ଜିତିଥିଲେ
– ୫୪ ହଜାର ୬୧୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପରାସ୍ତ କରିଥିଲେ
– ୧୧ ହଜାର ୧୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୩୩ ହଜାର ୫୭୯
– ମତ ଦେଇଥିଲେ – ୯୭ ହଜାର ୭୦୮
– ଭୋଟଦାନ ହାର – ୭୩.୧୯%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଦୀପ କୁମାର ଅମାତ ବିଜେଡି ୪୯,୪୩୯ ୫୦,୬୦% ବିଜୟୀ
ନରେନ୍ଦ୍ର କୁମାର ପାଣିଗ୍ରାହୀ କଂଗ୍ରେସ ୧୫,୮୯୫ ୧୬.୨୭% ପରାସ୍ତ
ଶାନ୍ତନୁ କୁମାର ପ୍ରଧାନ ବିଜେପି ୪୬୬୬ ୪.୭୮% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ପ୍ରଦୀପ କୁମାର ଅମାତ
ଦଳ – ବିଜେଡି
ଭୋଟ – ୪୯,୪୩୯
ପ୍ରତିଶତ – ୫୦,୬୦%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଶାନ୍ତନୁ କୁମାର ପ୍ରଧାନ
ଦଳ – ବିଜେପି
ଭୋଟ – ୪.୬୬୬
ପ୍ରତିଶତ – ୪.୭୮%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ନରେନ୍ଦ୍ର କୁମାର ପାଣିଗ୍ରାହି
ଦଳ – କଂଗ୍ରେସ
ଭୋଟ – ୧୫,୮୯୫
ପ୍ରତିଶତ – ୧୬.୨୭%
ଫଳାଫଳ – ପରାସ୍ତ

ସ୍ୱାଧୀନ ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ସୁଶାନ୍ତ କୁମାର ପ୍ରଧାନ
ଦଳ – ସ୍ୱାଧୀନ
ଭୋଟ – ୨୧,୨୩୨
ପ୍ରତିଶତ – ୨୧.୭୩%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡ଼ିିର ପ୍ରଦୀପ କୁମାର ଅମାତ ବିଜୟ ହାସଲ କରିଥିଲେ
– ୪୯ ହଜାର ୪୩୯ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପରାସ୍ତ କରିଥିଲେ
– ୨୮ ହଜାର ୨୦୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୧୦ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ବଦଳାଇଥିଲେ
– କଂଗ୍ରେସର ନରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ବଦଳରେ ସୁଶାନ୍ତ କୁମାର ପ୍ରଧାନ ଲଢ଼ିଥିଲେ
– ଶାନ୍ତନୁ କୁମାର ପ୍ରଧାନଙ୍କ ବଦଳରେ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ବିଧାୟକ ପ୍ରଦୀପ ଅମାତଙ୍କୁ ପୁଣି ପ୍ରାର୍ଥୀ କରିଥିଲା ବିଜେଡ଼ି

୨୦୧୯ର ଲଢେଇ

ବିଜେଡି: ପ୍ରଦୀପ ଅମାତ
କଂଗ୍ରେସ-ସିପିଆଇ ମେଂଟ: ଅବକାଶ ସାହୁ
ବିଜେପି: ସୁଶାନ୍ତ ପ୍ରଧାନ

୨୦୧୯–ବିଜେଡି: ପ୍ରଦୀପ ଅମାତ

– ୪ଥର ବିଧାୟକ
– ଖଣି, ଅର୍ଥ, ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ
– ବାଚସ୍ପତି

୨୦୧୯– କଂଗ୍ରେସ-ସିପିଆଇ ମେଂଟ: ଅବକାଶ ସାହୁ

– ୨୦୧୪ରେ ହାରିଥିଲେ
– ୨୦୧୯ ପାଇଁ କଂଗ୍ରେସ ସହ ମେଂଟ ହୋଇଛି

୨୦୧୯–ବିଜେପି: ସୁଶାନ୍ତ ପ୍ରଧାନ

୨୦୦୯ରେ ସ୍ୱାଧୀନ ଭାବେ ଲଢି ପରାଜିତ

– ୨୦୧୪ରେ କଂଗ୍ରେସରୁ ଲଢି ପରାଜିତ
– ୨୦୧୯ ପାଇଁ ବିଜେପି ପ୍ରାର୍ଥୀ

ମୈଦାନରେ ମହିଳା ପ୍ରାର୍ଥୀ

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ବୌଦ୍ଧ ଏନଏସି, ବୌଦ୍ଧ ବ୍ଲକର ୧୧ଟି ଗ୍ରାମପଂଚାୟତ ଓ ହରଭଙ୍ଗା ବ୍ଲକର ସମସ୍ତ ପଂଚାୟତକୁ ନେଇ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଗଠିତ ।

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ୪ ଥର ବିଧାୟକ
– ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଏବଂ ବାଚସ୍ପତି ଥିଲେ ପ୍ରଦୀପ ଅମାତ
– କଂଗ୍ରେସ-ସିପିଆଇ ମେଂଟ ପକ୍ଷରୁ ଲଢିବେ ଅବକାଶ ସାହୁ
– ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ୨୦୦୯ରେ ସ୍ୱାଧୀନ ଏବଂ ୨୦୧୪ରେ କଂଗ୍ରେସରୁ ହାରିଛନ୍ତି

ବୌଦ୍ଧ ବିଧାନସଭା ଆସନ

– ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ପ୍ରଦୀପ କୁମାର ଅମାତ ୪ ଥର ବିଧାୟକ
– କଂଗ୍ରେସରୁ ହିମାଂଶୁ ଶେଖର ପାଢୀ ୩ ଥର ବିଧାୟକ
– ନଟବର ପ୍ରଧାନ ୩ଥର ବିଧାୟକ

Comments are closed.