କନକ ବ୍ୟୁରୋ : ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା । ଯାତ୍ରୀ ହଇରାଣ ପାଇଁ ଦୁଃଖ ପ୍ରକାଶ କରୁଛୁ । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନକୁ ହଟିବେ ବୋଲି ସେ କହିଛନ୍ତି । ପୂର୍ବରୁ ଆଲୋଚନା ସତ୍ତେ୍ୱ ସରକାର କଥା ରଖିଲେନି । ଆଲୋଚନା ହେଲେ ୧ମିନିଟରେ ସମାଧାନ ହୋଇଯିବ । ମୌଖିକ ନୁହେଁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଉ । ରାଜ୍ୟରେ ୧୪ହଜାର ଘରୋଇ ବସ୍ ଚଳାଚଳ କରୁଛି । କିଛି ସ୍ଥାନରେ କାଁ ଭାଁ ବସ୍ ଚାଲୁଛି ।

Advertisment

ସେପଟେ, ଆଉ ବସ୍ ମାଲିକଙ୍କ ଏହି ଧର୍ମଘଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଦଳ କହିଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିଲେ ବସ୍ ବନ୍ଦ ହୋଇ ନଥାନ୍ତା । ରାଜ୍ୟରେ ଗୋଟେ ଅହଂକାରୀ ଶାସନ ଚାଲିଛି । ବିଜେଡି ସରକାର କେବଳ ମିଥ୍ୟା କାଗଜ ପ୍ରଚାରରେ ବିଶ୍ୱାସ କରନ୍ତି । ଓଡିଶାବାସୀ କ'ଣ ଚାହାଁନ୍ତି ଏବଂ ଓଡିଶାର ଗମନାଗମନ ସ୍ଥିତି କ'ଣ ରାଜ୍ୟ ସରକାରଙ୍କୁ ଜଣାନାହିଁ ।

ପୂଜା ସମୟରେ ଲୋକେ ବସ୍ ବନ୍ଦ ପାଇଁ ହଇରାଣ ହେଉଛନ୍ତି । ଏ ସବୁ କଣ ସରକାରଙ୍କୁ ଦେଖାଯାଉ ନାହିଁ । ସମସ୍ତଙ୍କୁ ନେଇ ସରକାର ଚାଲିବା କଥା ବୋଲି ବିଜେପି କହିଛି । ସେପଟେ ଏହାର ଜବାବ ରଖି ବିଜେଡି କହିଛି ପାର୍ବଣ ସମୟରେ ବସ୍ ମାଲିକଙ୍କ ଧର୍ମଘଟ ଉଚିତ୍ ନୁହେଁ । ବସ ମାଲିକ ସଂଘ ସମ୍ବେଦନଶୀଳ ହେବା ଦରକାର ।