ଆଠଗଡ କରଡ଼ାପଲ୍ଲୀ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ : ମାଫିଆଙ୍କ ଦ୍ୱାରା କର୍ମଚାରୀଙ୍କ ଉପରକୁ ବୋତଲ ବୋମାମାଡ  

176

କନକ ବ୍ୟୁରୋ : ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ । ପୋଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ । ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଚଢଉ କରାଯାଇଥିଲା ।

ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ ହୋଇଛି । ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ ଆକ୍ରମଣ ହୋଇଛି । ଏଠାରୁ ଏକ ବନ୍ଧୁକ ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ତିଗିରିଆ ଥାନାରେ ଏତଲା ଦେଇଛନ୍ତି ଅବକାରୀ ବିଭାଗ ।  ଅନେକ ଦିନ ହେଲା ଏଠାରେ ମଦ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା ।