କନକ ବ୍ୟୁରୋ: ବ୍ରହ୍ମପୁର ବଜାରରେ ୧୦ଟଙ୍କିଆ ମୁଦ୍ରା ଅଚଳ । ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ କୁହାଯାଉଥବା ବ୍ରହ୍ମପୁର ସହରର ବଜାରରେ ଏବେ ଅଚଳ ହୋଇପଡିଛି ଏକ ଟଙ୍କା ଓ ୧୦ଟଙ୍କିଆ ଖୁଚୁରା ପଇସା । ଯାହକୁ ନାପସନ୍ଦ କରୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୁଚୁରା ପଇସା ପ୍ରଚଳନ ନେଇ କିଛି ଘୋଷଣା ହୋଇନଥିବା ବେଳେ ବ୍ୟବସାୟୀ ଓ ଗ୍ରାହକ କଏନ ପଇସା ଗ୍ରହଣ ନକରି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାର ଗ୍ରାମାଂଚଳ, ଜିଲ୍ଲା ତଥା ଜିଲ୍ଲା ବାହାର ଓ ଦକ୍ଷିଣ ଓଡିଶାର ବ୍ୟବସୟୀଙ୍କ ଉପରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି । ଏନେଇ ସହରର କିଛି ବୁଦ୍ଧିଜିବୀ ଓ ସାମାଜିକ ସଂଗଠନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି କାର୍ଯାନୁଷ୍ଠାନଗ୍ରହଣ କରାନଗଲେ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଶ୍ରୟ ନେବା ସହ ଅଦାଲତର ଦ୍ୱାରସ୍ଥ ହେବା ନେଇ ଚେତାବନୀ ଦେଇଛନ୍ତିା

Advertisment