କନକ ବ୍ୟୁରୋ: ଯୋଡା ବ୍ଲକ ବାଲାଗୋଡ଼ା ପଂଚାୟତରେ ବୁଥ ଜବରଦଖଲ ଅଭିଯୋଗ । ଆଇଟିଆଇର ବୁଥ୍ରେ କିଛି ଲୋକ ଜବରଦଖଲ କରି ଭୋଟ ଦେଉଥିବା ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତେଜନା ଦେଖା ଦେଇଥିଲା । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।