ଖୁଚୁରା ପଇସାକୁ ନେଇ ଥମୁନି ବିବାଦ ! ସରକାର କହିଲେ ଏହାକୁ ଗ୍ରହଣ ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

57

ଖୁଚୁରା ପଇସାକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏକ ଟଙ୍କିଆ କଏନ ଠାରୁ ଆରମ୍ଭ କରି ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ପର୍ଯ୍ୟନ୍ତ ଖୁଚୁରା ପଇସା ବଜାରରେ ଚଳାଇବା ଅସମ୍ଭବ ହୋଇପଡିଛି । ପ୍ରତିଦିନ କେଉଁଠି ନା କେଉଁଠି ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଖୁଚୁରା ପଇସାକୁ ନେଇ ଝଗଡା ହେଉଛି । ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ଖୁଚୁରା ପଇସା ନେବାକୁ ଚାହୁଁ ନାହାଁନ୍ତି । ଯାହା ଦ୍ୱାରା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ବଜାରକୁ ଏହି ଖୁଚୁରା ପଇସା ତିଆରି ହୋଇ ଆସୁଥିବା ବେଳେ ତାକୁ ଗ୍ରହଣ କରିବା ପାଇଁ ସମସ୍ତେ ଅରାଜି ହେଉଛନ୍ତି । ଦୋକାନୀଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ କେହି ଖୁଚୁରା ପଇସାକୁ ଗ୍ରହଣ କରୁନାହାଁନ୍ତି । ବ୍ୟାଙ୍କ ମଧ୍ୟ ଖୁଚୁରା ଟଙ୍କା ଗ୍ରହଣ ନକରୁଥିବାରୁ ଏହି ବିବାଦ ଦିନକୁ ଦିନ ଆହୁରି ତୀବ୍ର ହେବାକୁ ଲାଗିଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଏକ ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକ ଗାଡିରେ ତେଲ ପକାଇ ସେଲ୍ସ ମ୍ୟାନକୁ ୧୦ ଟଙ୍କିଆ କଏନ ଦେଇଥିଲା । କିନ୍ତୁ ସେଲ୍ସ ମ୍ୟାନ ଟଙ୍କା ଗ୍ରହଣ କରିନଥିଲେ । ଯାହା ଫଳରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଗ୍ରାହକଙ୍କ କହିବା ଅନୁସାରେ, ଏଯାଏ ସରକାର ଖୁଚୁରା ପଇସାକୁ ବ୍ୟାନ କରିନାହାଁନ୍ତି । ତେଣୁ ଯେ ପର୍ଯ୍ୟନ୍ତ ସରକାର ଏହାକୁ ବନ୍ଦ ନକରିଛନ୍ତି ସେପର୍ଯ୍ୟନ୍ତ ଖୁଚୁରା ପଇସା ବ୍ୟବସାୟୀ ମାନେ ନେବାକୁ ବାଧ୍ୟ । କେବଳ ସେତିକି ନୁହେଁ ପ୍ରତିଦିନ ଦୋକାନ ବଜାର ଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଏବଂ ବସଷ୍ଟାଣ୍ଟ ଆଦି ସ୍ଥାନ ମାନଙ୍କରେ ପ୍ରତିଦିନ ବ୍ୟବାୟାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି ।

ଜଏଣ୍ଟ ମାଜିଷ୍ଟ୍ରେଟ ନିତିକା ଖଣ୍ଡେଲୱାଲଙ୍କ କହିବା ଅନୁସାରେ, କୌଣସିବି ବ୍ୟକ୍ତି ଭିରତୀୟ ମୁଦ୍ରାକୁ ବିନା କାରଣରେ ବହିଷ୍କାର କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ଏହି ଖୁଚୁରା ପଇସାର ପ୍ରଚଳନ ଜାରି ରହିଥିବା ସେପର୍ଯ୍ୟନ୍ତ ଲୋକମାନେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ । ଯଦି କୌଣସି ବ୍ୟକ୍ତି ଖୁଚୁରା ପଇସା ଗ୍ରହଣ ନକରନ୍ତି ଏବଂ ଏନେଇ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।