କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଇଡି ଅଫିସରେ ଗୁଡ଼େଇ ତୁଡ଼େଇ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଶ୍ନ କରୁଛନ୍ତି ଅଧିକାରୀ । ସପ୍ତାହେ ହେଲା ଇଡିକୁ ଧରାଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି। ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ କରିଥିଲା ଇଡି । ସପ୍ତାହେ ହେଲା ଶ୍ରଦ୍ଧାଞ୍ଜଳିଙ୍କ ପିଛା କରୁଥିଲା ଇଡିର ସ୍ୱତନ୍ତ୍ର ଟିମ୍ ।

Advertisment

୩ ଦିନ ତଳେ ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଞ୍ଚିଥିଲା ଇଡି । ଇଡି ସହ ଲୁଚକାଳି ଖେଳୁଥିଲେ ଶ୍ରଦ୍ଧାଞ୍ଜଳି । ଚକମା ଦେଇ ଲୁଚିଛପି ବୁଲୁଥିଲେ ଶ୍ରଦ୍ଧାଞ୍ଜଳି । ବୟାନ ରେକର୍ଡ଼ ପରେ ବଢିପାରେ ଶ୍ରଦ୍ଧାଞ୍ଜଳିଙ୍କ ଅଡୁଆ । ତଦନ୍ତରେ ସହଯୋଗ ନକଲେ ଜାରି ହୋଇପାରେ ଏନବିଡ଼ବ୍ଲୁ । ସେପଟେ ଇଡ଼ି ଅଫିସରେ ପହଂଚିଲେ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଶ୍ୱାତିରେଖା ଜେନା । ଶ୍ରଦ୍ଧାଞ୍ଜଳି ପହଞ୍ଚିବାର ୧ ଘଂଟା ୪୫ ମିନିଟ ପରେ ପହଂଚିଛନ୍ତି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ।

କେମିତି ଅକ୍ଷୟଙ୍କୁ ଫସାଇଲା ଶ୍ରଦ୍ଧାଞ୍ଜଳି ?

- ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କ ସମ୍ପର୍କ
- ନିଜକୁ ଗରିବ କହି ଅକ୍ଷୟଙ୍କ ଠାରୁ ସାହାଯ୍ୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି
- ଫିଲ୍ମରେ କାମ ଦେବାକୁ ରାଜି ନ ହେବାରୁ ପାର୍ଲର ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ
- ନଭେମ୍ବର ମାସରେ ଟଙ୍କା ଦେବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା
- ସାଙ୍ଗେ ସାଙ୍ଗେ ଟଙ୍କା ନଦେବାରୁ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ କରିଥିଲେ ଭାଇରାଲ
- ଏକ ଷ୍ଟାର ହୋଟେଲକୁ ଡାକି ଭିଡିଓ ଡିଲିଟ୍ ବାବଦକୁ ମାଗିଥିଲେ ୩ କୋଟି
- ଟଙ୍କା ଦେବାକୁ ମନା କରିବାରୁ କ୍ୟାରିଅର ବର୍ବାଦ କରିବା ସହ ଦେଇଥିଲେ ହତ୍ୟା ଧମକ
- ଏହାକୁ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଫିଲ୍ମ ପ୍ରଯୋଜକ
- ସେତେବେଳେ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଓକିଲାତି କରିଥିଲେ ଅର୍ଚ୍ଚନା ନାଗ
- ନିଜକୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ବୋଲି ପରିଚୟ ଦେଇ ବ୍ଲାକମେଲ କରିଥିଲେ ଅର୍ଚ୍ଚନା

ଶ୍ରଦ୍ଧାଞ୍ଜଳି ବ୍ଲାକମେଲ ପଛରେ ଅର୍ଚ୍ଚନାର ମୁଣ୍ଡ

- ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ଘଟଣାରେ ସାମ୍ନାକୁ ଆସିଥିଲେ ଅର୍ଚ୍ଚନା
- ଶ୍ରଦ୍ଧାଞ୍ଜଳିକୁ ମାଧ୍ୟମ କରି ପ୍ରଯୋଜକଙ୍କୁ ଫସାଇବାର ହୋଇଥିଲା ଅଭିଯୋଗ
- ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଓକିଲ ସାଜି ଥାନାକୁ ଯାଇଥିଲେ ଅର୍ଚ୍ଚନା
- ଅର୍ଚ୍ଚନା ବ୍ଲାକମେଲ କରୁଥିବା ଥାନାରେ ଅଭିଯୋଗ କରିଥିଲେ ଫିଲ୍ମ ପ୍ରଯୋଜକ
- ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି କ୍ରାଇମ୍ ପାର୍ଟନର ବୋଲି ହୋଇଥିଲା ଅଭିଯୋଗ
- ଖଗେଶ୍ୱରକୁ ଇଡି ଜେରାବେଳେ ସାମ୍ନାକୁ ଆସିଥିଲା ଶ୍ରଦ୍ଧାଞ୍ଜଳିର ନାଁ
- ଅର୍ଚ୍ଚନା ସହ ଶ୍ରଦ୍ଧାଞ୍ଜଳିଙ୍କ ଆର୍ଥିକ କାରବାରର ତଦନ୍ତ କରୁଛି ଇଡି
- ଶ୍ରଦ୍ଧାଞ୍ଜଳିର ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ପୋଲିସ

ଇଡିକୁ ଚକମା ଦେଉଥିଲା ଶ୍ରଦ୍ଧାଞ୍ଜଳି

- ସପ୍ତାହେ ଧରି ଇଡିକୁ ଭୂଆଁ ବୁଲାଉଥିଲା ଶ୍ରଦ୍ଧାଞ୍ଜଳି
- ଇଡିକୁ ଧରାଛୁଆଁ ଦେଉ ନଥିଲା
- ଲୁଚିଛପି ରହୁଥିଲା, ସ୍ଥାନ ବଦଳାଉଥିଲା
- ଇଡିକୁ ଚକମା ଦେବାକୁ ବଦଳାଇଥିଲା ୨୫ଟି ସ୍ଥାନ
- ଶେଷରେ ଶ୍ରଦ୍ଧାଞ୍ଜଳି ଥିବା ହୋଟେଲରେ ପହଁଚିଥିଲା ଇଡି
- ହୋଟେଲରେ ପହଁଚି ଶ୍ରଦ୍ଧାଞ୍ଜଳିକୁ କରିଥିଲା ସମନ
- ସପ୍ତାହେ କାଳ ଶ୍ରଦ୍ଧାଞ୍ଜଳିକୁ ପିଛା କରୁଥିଲା ଇଡିର ସ୍ୱତନ୍ତ୍ର ଟିମ୍
- ୩ଦିନ ତଳେ ଶ୍ରଦ୍ଧାଞ୍ଜଳି ପାଖରେ ପହଁଚିଥିଲା ଇଡି