କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରସଙ୍ଗ ଉଠାଇ କହିଛନ୍ତି ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଛୁଆ ପୃଷ୍ଟିହୀନତାର ଶିକାର, ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି , ଏହା କଣ ଓଡ଼ିଶାର ବିକାଶ ବୋଲି କଲେ ପ୍ରଶ୍ନ କରିଛନ୍ତି ଜୟନାରାୟଣ । ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ଦାବି ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ।
ଅପପୁଷ୍ଟି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ବିଜେଡିର ଜବାବ । ନଗଡା ଯାଇ ଦେଖିଆସନ୍ତୁ ବିରୋଧୀ ଦଳ ନେତା । କଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି ବିରୋଧୀ ଦଳ ନେତା । ନଗଡା ସାଙ୍ଗକୁ ସୁକିନ୍ଦାକୁ ବଦନାମ କରିବାକୁ କିଏ ଦେଲା ଅଧିକାର । ଦେଖିଆସନ୍ତୁ ନଗଡାର ସ୍ଥିତି ଏବେ କଣ । ସେଠାରେ ସରକାର କଣ ସବୁ କଲେଣି । ପୃଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୁପଦେଇଛନ୍ତି ଆମ ସରକାର । ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡା ଓ ଏବେକାର ନଗଡା ଭିତରର ପ୍ରଭେଦ କଣ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/32-11.jpg)