ଶୂନ୍ୟକାଳରେ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । କାଉଁଣ୍ଟର କଲା ଶାସକ ଦଳ ।

110

କନକ ବ୍ୟୁରୋ : ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମାଟ୍ରିକ ପରୀକ୍ଷାର ଗୋଟିଏ ପ୍ରଶ୍ନ ୧୦ ଟଙ୍କାରେ ବିକ୍ରି ହେଉଛି ବୋଲି କହିଛନ୍ତି ଜୟନାରାୟଣ । ଚାରିଟା ପ୍ରଶ୍ନକୁ ଚାଳିଶ ହଜାରରେ ବିକ୍ରି ହେଉଛି ଜ୍ଝ ଏହାର ଅଡିଓ ବାହାରେ ବୁଲୁଥିବା କହିଛନ୍ତି ଜୟନାରାୟଣ । ବଲାଙ୍ଗୀରରେ ୨ଟି ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରସଙ୍ଗ ଉଠାଇବା ସହ ଜୟନାରାୟଣ କହିଛନ୍ତି ଏହା କଣ ୫-ଟି ।

ସେହିଭଳି ପୁଣିଥରେ ବିଧାନସଭାରେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ଜୟନାରାୟଣ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ ଦିନ ପୁରିଗଲାଣି । ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲା ନାହିଁ । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ବାହାରକୁ ନେବାକୁ ଚାହୁଁଛନ୍ତି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି ? ଏସସିବି ମେଡ଼ିକାଲକୁ ବିଶ୍ୱ ସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି ? ଓଡ଼ିଶା ସରକାର କେନ୍ଦ୍ର ସରକାରକୁ ଯେଉଁ ଚିଠି ଲେଖିଛନ୍ତି ଏଫବିଆଇର ସାହାଯ୍ୟ ନେବାକୁ ସେ ଚିଠିକୁ ଗୃହରେ ଉପସ୍ଥାପିତ କରିବେ କି । ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର ? ଏଭଳି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୟନାରାୟଣ । ଏହାବାଦ୍ ହୋମଗାର୍ଡ ମାନଙ୍କର ଦରମା ବୃଦ୍ଧି ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କିଏ ଏ ସରକାର ଚଳାଉଛି କିଏ ଏ ସରକାରକୁ ବୁଦ୍ଧି ଦେଉଛି ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ।

ସେହିଭଳି ଅଫିସର ମାନେ ଜନପ୍ରତିନିଧିଙ୍କୁ ମାନୁନଥିବା ପ୍ରସଙ୍ଗ ଉଭୟ ବିରୋଧୀ ଦଳ ଉଠାଇଥିଲେ । କୋଇଡା ବିଡ଼ିଓଙ୍କ କଥା ଉଠାଇ ସରକାରଙ୍କ ଉପରେ ଜୟନାରାୟଣ ବର୍ଷିବା ବେଳେ ଏଥିରେ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଫିସର ମାନେ ଫୋନ ଉଠାଉନଥିବା କହିଥିଲେ ନରସିଂହ । ସେହିଭଳି ସରକାରରେ ଥିବା ମନ୍ତ୍ରୀଙ୍କୁ ନେଇ ନରସିଂହ କହିଛନ୍ତି, ମନ୍ତ୍ରୀ ମାନେ ସରକାର । ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି । ଦିନ ଦି ପ୍ରହରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ମନ୍ତ୍ରୀ ଯାଇ ଭେଟୁଛନ୍ତି ମୁଖ୍ୟ ଶାସନ ସଚିବଙ୍କୁ । ତେଣୁ ଆଗକୁ ଏମିତି ଆଉ ହେବ ବୋଲି ନାହିଁ ବୋଲି ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ବୋଲି କହିଥିଲେ ନରସିଂହ ।

ଗୃହରେ ଏହାର ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ନିରଞ୍ଜନ କାଉଣ୍ଟର କରିବା ସହ କହିଥିଲେ, ଏହି ପ୍ରସଙ୍ଗରେ ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ ମନ୍ତ୍ରୀ ମାନଙ୍କୁ କୁହନ୍ତୁ ନାହିଁ । ରାଇଡ଼ର ଯଦି ଠିକ ଅଛି ଘୋଡା ଠିକ ଚାଲିବ । ଏଭଳି କହିକି ମନ୍ତ୍ରୀ ମାନଙ୍କ କ୍ଷମତା କ୍ଷୂର୍ଣ୍ଣ କରାଯାଉଛି ବୋଲି କହିଥିଲେ ନିରଞ୍ଜନ ପୂଜାରୀ । ଯାହାକୁ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।