କନକ ବ୍ୟୁରୋ : ସ୍ଥିତି ସୁଧୁରୁଥିଲେ ମଧ୍ୟ ଏବେ ବି ଟଳିନି ବିପଦ । ତେଣୁ ନିଜକୁ ବିପଦମୁକ୍ତ ରଖିବା ପାଇଁ କରୋନା ନିୟମ ମାନିବା ସହ ଟିକା ନନେଇଥିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ଡ଼େଲଟା ଭାରିଆଂଟର ପ୍ରଭାବ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପୁଲ ସର୍ଭେରୁ ୨୫ରୁ ୩୦ ପ୍ରତିଶତ ଡ଼େଲଟା ଥିବା ଜଣାପଡ଼ିଛି । ଯେହେତୁ ଡ଼େଲଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ।

Advertisment

ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟିକା ନେଇନାହାନ୍ତି, ଟିକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା । ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା ।

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି। ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ। ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି। ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରି କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।