କନକବ୍ୟୁରୋ: କଟକ କାଠଯୋଡିରେ ଦୁଇ ଜଣ ନିଖୋଜ ଘଟଣାରେ ନୂଆ ମୋଡ଼। ଉଭୟ ନଣନ୍ଦେଇ ଓ ଶଳା ଭାଉଜ ଆଜି ପୁରୀଘାଟ ଥାନାରେ ପହଂଚିଛନ୍ତି। ପୋଲିସ ଦୁଇ ଜଣଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ନେଇଛି। ତେବେ ଦୁଇ ଜଣ କିପରି ଥାନାକୁ ଆସିଲେ? ଯଦି ନଦୀକୁ ଡେଇଁ ପଡ଼ିଥିଲେ କିପରି ଉଦ୍ଧାର ହେଲେ, ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁପଡିଥିବା ଚର୍ଚ୍ଚା ହୋଇଥିଲା। ଏହା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ।
କାଠଯୋଡ଼ି ନଦୀରେ ନିଖୋଜ ଘଟଣାରେ ନୂଆ ମୋଡ଼ ଥାନାରେ ପହଂଚିଲେ ଉଭୟ ନଣନ୍ଦେଇ ଓ ଶଳା ଭାଉଜ । ଖୋଲିନି ଘଟଣାର ଗୁମର
Advertisment
Follow Us