କନକ ବ୍ୟୁରୋ: ନିର୍ବାଚନ ବେଳେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହାରି ଭିତରେ ନେତା ପରସ୍ପର ବିରୋଧୀ ନେତା ଏକାଠି ହୋଇଛନ୍ତି । ଶୀତଳ ଷଷ୍ଠୀରେ ଥାଳି ଉଠା ବେଳେ ଏକାଠି ହୋଇଛନ୍ତି ବିଜେଡି ଓ ବିଜେପିର ପ୍ରମୁଖ ନେତା । ସମ୍ବଲପୁରରେ ଶୀତଳ ଷଷ୍ଠୀ ଏକ ବଡ ପର୍ବ । ଏହି ଅବସରରେ ନେତାମାନେ ସୁଯୋଗ ହାତଛଡା କରିବାକୁ ଚାହିଁନଥିଲେ । ଆଉ ଥାଳିଉଠା ବେଳକୁ ଏକାଠି ହୋଇଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର । ଏହାବାଦ ଦୁଇ ଦଳର ଅନେକ ନେତା ମଧ୍ୟ ସାମିଲ ହୋଇଥିଲେ । ଶୀତଳଷଷ୍ଠୀ ଅବସରରେ ମହାଦେବଙ୍କ ଆର୍ଶୀବାଦ ନେଇ ନେତା ସହରବାସୀଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିଛନ୍ତି ।
ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ଉଠିଲା ଥାଳି । ଏକାଠି ହେଲେ ବିଜେଡି, ବିଜେପି ନେତା । ଶୀତଳ ଷଷ୍ଠୀ ପାଇଁ ଉଠିଲା ଥାଳି।
/kanak/media/post_attachments/wp-content/uploads/2024/05/Screen-Shot-2024-05-11-at-9.56.28-AM.png)