କନକ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା । ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ମହିଁସା ନିକଟ ଚିଲିକା ମଝିରେ ଡ଼ଙ୍ଗାଟି ଫସି ରହିଛି। ଡ଼ଙ୍ଗାରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିବା ବେଳେ ୨୦ଟି ବାଇକି ରହିଛି। ଜହ୍ନିକୁନାରୁ ଯାତ୍ରୀ ମାନଙ୍କୁ ନେଇ ଡଙ୍ଗାଟି ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏବେ ବି ଡଙ୍ଗାଟି ଚିଲିକା ମଝିରେ ଫସିରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us