ଦରମାରେ ସୁନା ଦେଉଛି କମ୍ପାନି । କର୍ମଚାରୀଙ୍କୁ ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ନୂଆ ଦରମା ନୀତି ଆରମ୍ଭ କରିଛି କମ୍ପାନି

239

କନକ ବ୍ୟୁରୋ : କେବେ ଶୁଣିଛନ୍ତି କି, କୌଣସି କମ୍ପାନି ତା’ କର୍ମଚାରୀଙ୍କୁ ଦରମା ଟଙ୍କା ବଦଳରେ ସୁନା ଦେବା କଥା । ଏପରି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କର୍ମଚାରୀଙ୍କୁ ଦରମା ଦେବାର ନୂଆ ତରିକାକୁ ନେଇ ଏବେ ଏକ କମ୍ପାନୀ ଚର୍ଚ୍ଚାକୁ ଆସିଛି । ବ୍ରିଟେନର ଟାଲିମନି କମ୍ପାନି ଦରମା ବାବଦକୁ ଟଙ୍କା ବଦଳରେ ସୁନା ଦେବାକୁ ନିଷ୍ପତ୍ତି ନେଇଛି । ତେବେ କର୍ମଚାରୀ ଚାହିଁଲେ ପୂର୍ବାଭଳି ପାଉଣ୍ଡରେ ଦରମା ନେଇପାରିବେ ବୋଲି କମ୍ପାନୀ ତରଫରୁ ବିକଳ୍ପ ମଧ୍ୟ ପ୍ରଦାନ କରାଯାଇଛି ।
ତେବେ କମ୍ପାନିର ସିଇଓ କ୍ୟାମେରନ୍ ପ୍ୟାରି ନିଜ କର୍ମଚାରୀଙ୍କୁ ସୁନାରେ ଦରମା ପ୍ରଦାନ କରୁଛନ୍ତି । କର୍ମଚାରୀଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ଧ୍ୟାନରେ ରଖି ସେମାନଙ୍କୁ ଦରମା ବଦଳରେ ସୁନା ପ୍ରଦାନ କରାଯାଉଛି । ବର୍ତ୍ତମାନ କମ୍ପାନିର ବରିଷ୍ଠ ପଦବୀରେ ଥିବା ୨୦ କର୍ମଚାରୀଙ୍କୁ ଏହି ସୁଯୋଗ ଦିଆଯାଇଛି । ଏହାଦ୍ୱାରା ଯଦି କ୍ରମଚାରୀ ଲାଭବାନ ହେବେ ତେବେ ବାକି କର୍ମଚାରୀଙ୍କ ପାଇଁ କମ୍ପାନୀ ଏହି ନୀତି ଆପଣାଇବ ବୋଲି କୁହାଯାଇଛି । ଏହା ମଧ୍ୟ କୁହାଯାଇଛି କି, କରୋନା ମହାମାରୀ ପାଇଁ ପାଉଣ୍ଡର ମୂଲ୍ୟ ହ୍ରାସ ପାଉଛି । ତେଣୁ କର୍ମଚାରୀଙ୍କୁ ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ସୁନା ଦେବାର ନୀତି ଆରମ୍ଭ ହୋଇଛି । ତେବେ କମ୍ପାନୀର ଏହି ପ୍ରୟାସ ପାଇଁ ଲୋକେ କମ୍ପାନୀକୁ ପ୍ରଶଂସା କରୁଛନ୍ତି ।