ସୁଝିପାରିଲେନି ଘର ନିର୍ମାଣ ପାଇଁ ଆଣିଥିବା କରଜ ଟଙ୍କା । ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ଋଣ ଦେଇଥିବା ବ୍ୟକ୍ତି ।
କନକ ବ୍ୟୁରୋ: ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ଶୁଝି ନପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ରୁଣ ଦେଇଥିବା ବ୍ୟକ୍ତି । ଉପାୟ ନପାଇ ଘର ଆଗ ରାସ୍ତାରେ ଖୋଲା ଆକାଶ ତଳେ କଟୁଛି ଭାଗ୍ୟକୁ ଆଦରି ପଡିଛନ୍ତି, ପୂରା ପରିବାର । ବିଡମ୍ବନାର ବିଷୟ ମହାଜନ ସାଜିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଭୋ ଭୋ ହୋଇ କାନ୍ଦୁଥିବା ଏମାନଙ୍କୁ କେତେ ଯେ ଯନ୍ତ୍ରଣା ଦିଆଯାଇଛି, କେତେ ଯେ କଷ୍ଟ ଦିଆଯାଇଛି, ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବରବାରିଆ ଗାଁର । ଏମାନେ ହେଉଛନ୍ତି ବିଛଣାରେ ଶୋଇଥିବା ସୁଧୀର ଜେନାଙ୍କ ପରିବାର । ସୁଧୀର ଏବେ ପାରାଲିସ୍ସ ଆକ୍ରାନ୍ତ । କିନ୍ତୁ ପୂର୍ବରୁ ସେ ଘର କରିବା ପାଇଁ ଗାଁର ସୁଶୀଲ ଜେନା ନାମଙ୍କ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା କରଜ ଆଣିଥିଲେ । ହେଲେ, ଶୁଝି ପାରିନଥିବାରୁ ସୁଧୀରଙ୍କ ଘରକୁ ତାଲା ପକାଇ ଦେଇଛନ୍ତି ସୁଶୀଲ ।
ନିଜ ଘର ପାଇଁ ରକ୍ତକୁ ପାଣି କରି, ଝାଳ ବୁହାଇ ଗଢ଼ିଥିଲେ ସୁଧୀର । ହେଲେ, ଘରେ ଏବେ ତାଲା ଝୁଲୁଛି । ଆଉ ବାହାରେ ରାସ୍ତା ଉପରେ ଶୋଇଛନ୍ତି ଘରର ମାଲିକ ସୁଧୀର ସାମଲ । ଗୁରୁତୂପୂର୍ଣ୍ଣ କଥା ହେଉଛି, ସୁଧୀର ଜଣେ ପାରାଲିସ୍ ରୋଗୀ ହୋଇଥିବା ଜାଣି ମଧ୍ୟ ରୁଣ ଦେଇଥିବା ସୁଶୀଲ ଜେନା ଏଭଳି କରିଥିବା ଅଭିଯୋଗ ହୋଇଛି । ଆଉ ତାଙ୍କୁ ରାସ୍ତା ଉପରକୁ ଠେଲି ଦେଇଛନ୍ତି । ଏପରିକି ସୁଶୀଲଙ୍କୁ ଏଥିରେ ସ୍ଥାନୀୟ ତଳସାରୀ ମେରାଇନ୍ ପୋଲିସ ସହଯୋଗ କରିଛି । ଯାହାକି ବଡ ବିଡମ୍ବନାର ବିଷୟ ।
ପ୍ରଶ୍ନ ଉଠୁଛି,
– ଋଣ ଦେଇଥିବା ବ୍ୟକ୍ତିଙ୍କୁ ଏଭଳି କରିବାକୁ ଅଧିକାର ଦେଲା କିଏ?
– ସୁଧ କାରବାର କରିବାକୁ ସୁଶୀଲ କିଏ ଦେଇଛି ଅନୁମତି?
– କେଉଁ ନିୟମ ବଳରେ ସୁଧୀରଙ୍କ ଘରେ ସୁଶୀଲ ତାଲା ପକାଇଲେ?
– ସୁଧୀରଙ୍କ ଘରେ ତାଲା ପକାଇବାରେ ପୋଲିସ ସୁଶୀଲଙ୍କୁ ସହାୟତା କରିଛି କି?