କନକ ବ୍ୟୁରୋ: ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ଶୁଝି ନପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ରୁଣ ଦେଇଥିବା ବ୍ୟକ୍ତି । ଉପାୟ ନପାଇ ଘର ଆଗ ରାସ୍ତାରେ ଖୋଲା ଆକାଶ ତଳେ କଟୁଛି ଭାଗ୍ୟକୁ ଆଦରି ପଡିଛନ୍ତି, ପୂରା ପରିବାର । ବିଡମ୍ବନାର ବିଷୟ ମହାଜନ ସାଜିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।

Advertisment

ଭୋ ଭୋ ହୋଇ କାନ୍ଦୁଥିବା ଏମାନଙ୍କୁ କେତେ ଯେ ଯନ୍ତ୍ରଣା ଦିଆଯାଇଛି, କେତେ ଯେ କଷ୍ଟ ଦିଆଯାଇଛି, ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବରବାରିଆ ଗାଁର । ଏମାନେ ହେଉଛନ୍ତି ବିଛଣାରେ ଶୋଇଥିବା ସୁଧୀର ଜେନାଙ୍କ ପରିବାର । ସୁଧୀର ଏବେ ପାରାଲିସ୍ସ ଆକ୍ରାନ୍ତ । କିନ୍ତୁ ପୂର୍ବରୁ ସେ ଘର କରିବା ପାଇଁ ଗାଁର ସୁଶୀଲ ଜେନା ନାମଙ୍କ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା କରଜ ଆଣିଥିଲେ । ହେଲେ, ଶୁଝି ପାରିନଥିବାରୁ ସୁଧୀରଙ୍କ ଘରକୁ ତାଲା ପକାଇ ଦେଇଛନ୍ତି ସୁଶୀଲ ।

ନିଜ ଘର ପାଇଁ ରକ୍ତକୁ ପାଣି କରି, ଝାଳ ବୁହାଇ ଗଢ଼ିଥିଲେ ସୁଧୀର । ହେଲେ, ଘରେ ଏବେ ତାଲା ଝୁଲୁଛି । ଆଉ ବାହାରେ ରାସ୍ତା ଉପରେ ଶୋଇଛନ୍ତି ଘରର ମାଲିକ ସୁଧୀର ସାମଲ । ଗୁରୁତୂପୂର୍ଣ୍ଣ କଥା ହେଉଛି, ସୁଧୀର ଜଣେ ପାରାଲିସ୍ ରୋଗୀ ହୋଇଥିବା ଜାଣି ମଧ୍ୟ ରୁଣ ଦେଇଥିବା ସୁଶୀଲ ଜେନା ଏଭଳି କରିଥିବା ଅଭିଯୋଗ ହୋଇଛି । ଆଉ ତାଙ୍କୁ ରାସ୍ତା ଉପରକୁ ଠେଲି ଦେଇଛନ୍ତି । ଏପରିକି ସୁଶୀଲଙ୍କୁ ଏଥିରେ ସ୍ଥାନୀୟ ତଳସାରୀ ମେରାଇନ୍ ପୋଲିସ ସହଯୋଗ କରିଛି । ଯାହାକି ବଡ ବିଡମ୍ବନାର ବିଷୟ ।

ପ୍ରଶ୍ନ ଉଠୁଛି,
- ଋଣ ଦେଇଥିବା ବ୍ୟକ୍ତିଙ୍କୁ ଏଭଳି କରିବାକୁ ଅଧିକାର ଦେଲା କିଏ?
- ସୁଧ କାରବାର କରିବାକୁ ସୁଶୀଲ କିଏ ଦେଇଛି ଅନୁମତି?
- କେଉଁ ନିୟମ ବଳରେ ସୁଧୀରଙ୍କ ଘରେ ସୁଶୀଲ ତାଲା ପକାଇଲେ?
- ସୁଧୀରଙ୍କ ଘରେ ତାଲା ପକାଇବାରେ ପୋଲିସ ସୁଶୀଲଙ୍କୁ ସହାୟତା କରିଛି କି?