ଜନ୍ମରୁ ନାହିଁ ହାତ କିନ୍ତୁ କାହା ପ୍ରତି ନିର୍ଭରଶୀଳ ନୁହଁନ୍ତି ସୁଭଦ୍ରା ! ଆସନ୍ତୁ ଜାଣିବା ଓଡିଶାର ଏହି ସୁନାଝିଅର ଉତ୍ସାହପୂର୍ଣ୍ଣ ଜୀବନଯାତ୍ରାର କାହାଣୀ ।

ଜନ୍ମରୁ ନାହିଁ ହାତ କିନ୍ତୁ କାହା ପ୍ରତି ନିର୍ଭରଶୀଳ ନୁହଁନ୍ତି ସୁଭଦ୍ରା ! ଆସନ୍ତୁ ଜାଣିବା ଓଡିଶାର ଏହି ସୁନାଝିଅର ଉତ୍ସାହପୂର୍ଣ୍ଣ ଜୀବନଯାତ୍ରାର କାହାଣୀ ।

ଯାହା ବୟସ୍କ ଲୋକଙ୍କ ପାଇଁ ବି କଠିନ ତାହା କରି ଦେଖାଇଛନ୍ତି ଜଣେ କୁନି ଝିଅ। ହାତ ନ ଥାଇ ମଧ୍ୟ ନିଜର ସବୁ କାମ ଗୋଡ଼ରେ କରି ଚର୍ଚ୍ଚା ପାଲଟିଛନ୍ତି ୧୪ ବର୍ଷୀୟା ସୁଭଦ୍ରା ତୁଙ୍ଗୋ। ଜନ୍ମରୁ ସୁଭଦ୍ରାଙ୍କର ହାତ ନାହିଁ। ହେଲେ ବି ସେ ଅନ୍ୟ ଉପରେ ନିର୍ଭରଶୀଳା ନୁହଁନ୍ତି। ନିଜର ସବୁ କାମ ନିଜେ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ସେ ତାଙ୍କ ଗୋଡ଼ରେ କେଶ କୁଣ୍ଡାଇବା, ଚାମଚରେ ଖାଇବା, ଲେଖାଲେଖି କରିବା, ଏପରିକି ପରିବା କାଟିବା ଆଦି ସମସ୍ତ କାର୍ୟ୍ୟ କରୁଛନ୍ତି। କାହାଣୀଟି ବାହାର କେଉଁ ରାଜ୍ୟର ନୁହେଁ, ବରଂ ଆମ ରାଜ୍ୟ ଓଡ଼ିଶାର। ସୁଭଦ୍ରା ମୟୂରଭଞ୍ଜ ଜିଲ୍ଲାରେ ନିଜ ପରିବାର ସହ ରହନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ନିଜର ଛୋଟ ଛୋଟ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ।

ନିଜର ଅବସ୍ଥାକୁ ନେଇ ସୁଭଦ୍ରା କହନ୍ତି, ‘ମୁଁ ଏସବୁ ଆଦୌ ଦୁଃଖରେ କରୁନାହିଁ। ଏମିତି କିଛି କାର୍ୟ୍ୟ ନାହିଁ ଯାହା ମୁଁ କରିପାରିବି ନାହିଁ। ଯେଉଁ କାମ ଲୋକେ ହାତରେ କରନ୍ତି ସେଇ କାମ ମୁଁ ଗୋଡ଼ରେ କରୁଛି।’ ସୁଭଦ୍ରା ଏବେ ତାଙ୍କ ଘରପାଖ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ନିଜ ଝିଅର ସାହସିକତା ଦେଖି ସୁଭଦ୍ରାଙ୍କ ବାପା ନିଜର ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା କହନ୍ତି କି ଅନେକ ଲୋକ ସୁଭଦ୍ରାର ପାଠପଢ଼ା ନେଇ ତାଙ୍କୁ ପ୍ରଶ୍ନ କରନ୍ତି। ମାତ୍ର ତାଙ୍କର କହିବା କଥା ହେଲା ସେ ସୁଭଦ୍ରାକୁ ପଢ଼ିବା ପାଇଁ କହିନାହାନ୍ତି ବରଂ ସୁଭଦ୍ରା ନିଜ ମନରୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସୁଭଦ୍ରା ସ୍କୁଲ୍ ପକ୍ଷରୁ ହେଉଥିବା ବ୍ଲକ୍ସ୍ତରୀୟ ଓ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କାର ଜିତି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe