କନକ ବ୍ୟୁରୋ : ଋଷର ଆକ୍ରମଣ ଭିତରେ ହଠାତ୍ ୟୁକେୟନରେ ପହଂଚି ଗଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଜନଶୂନ୍ୟ କିଭ୍ ରାସ୍ତାରେ ଚାଲି ଚାଲି ବୁଲିଲେ । କଡ଼ା ସୁରକ୍ଷା ମଧ୍ୟରେ ଦୁଇ ନେତା କିଛି ସମୟ ଚାଲି ଚାଲି କିଭ୍ ଅଞ୍ଚଳ ବୁଲିଥିଲେ । କିଭର ମୁଖ୍ୟ କ୍ରେସଚାତିକ୍ ରାସ୍ତାରେ ଦୁଇ ନେତା କିଛି ପଥଚାରୀଙ୍କୁ ଅଭିବାଦନ ମଧ୍ୟ ଜଣାଇଥିଲେ ।
ଫେବ୍ରୁଆରୀ ୨୪ ତାରିଖରୁ ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍ ଗସ୍ତ କରିବାରେ ଜନସନ୍ ହେଉଛନ୍ତି ପ୍ରଥମ ଜି-୭ ନେତା । ୧୨୦ଟି ଯୁଦ୍ଧ ଯାନ ଏବଂ ନୂଆ ଆଣ୍ଟି ସିପ୍ ମିଜାଇଲ୍ ସିଷ୍ଟମ ପରି ୧୦୦ ନିୟୁତ ପାଉଣ୍ଡର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜନସନ୍ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ବିଶ୍ୱବ୍ୟାଙ୍କର ଅତିରିକ୍ତ ୫ ଶହ ନିୟୁତ ଡଲାର ଋଣ କରାଇ ଦେବାକୁ ମଧ୍ୟ କହିଛନ୍ତି । ଏହାକୁ ମିଶାଇ ୟୁକ୍ରେନକୁ ଇଂଲଣ୍ଡ ୧ ବିଲିୟନ୍ ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଦେଲାଣି ।