କନକ ବ୍ୟୁରୋ : ବୋରୱେଲ୍ ପାଣି ରୋଗଣା କରୁଛି । ରାଜଧାନୀ ସମେତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ୍ ପାଣି ଆଉ ପିଇବା ଯୋଗ୍ୟ ନାହିଁ । ଲୋକ ବୋରୱେଲ୍ ପାଣି ପିଇବା ଦ୍ୱାରା ପେଟ, କିଡନୀ, ଚର୍ମ ରୋଗରୁ ଆରମ୍ଭ କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହିଭଳି ଏକ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜଳସମ୍ପଦ ବିଭାଗକୁ ଦେଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକମାନେ ବୋରୱେଲ୍ ମାଧ୍ୟମରେ ବିଷାକ୍ତ ପାଣି ପିଉଛନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି ।
-ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୨୦୨୧ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସର୍ଭେ କରିଥିଲା
- ପାଣିରେ ପିଏଚ୍, ନାଇଟ୍ରେଟ୍, ଫ୍ଲୋରାଇଡ୍, ଆଇରନ୍, ଟୋଟାଲ କଲିଫର୍ମ, ଫେସାଲ କଲିଫର୍ମ, କ୍ଲୋରାଇଡ୍, ଟର୍ବିଡିଟି ସମେତ କେଉଁ ଉପାଦାନ କେତେ ମାତ୍ରାରେ ଅଛି ରିପୋର୍ଟରେ ଉଲ୍ଲେଖ ରହିଛି
- ସର୍ଭେ ରିପୋର୍ଟ ଦର୍ଶାଇଛି ବର୍ଜ୍ୟଜଳ ବିଶୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ବର୍ଜ୍ୟ ଜଳ ଜମି ଭୂତଳ ଜଳକୁ ପ୍ରଦୂଷିତ କରିଦେଲାଣି
- ଏପରିକି ୧୫୦ରୁ ୨୦୦ଫୁଟ ସ୍ତରରେ ଅଧିକାଂଶ ସ୍ଥାନରେ ବୋରୱେଲ୍ ପାଣି ଉଠାଉଥିବାବେଳେ ଏହା ପ୍ରଦୂଷିତ ହୋଇଯାଇଛି
- ଯେଉଁଥିପାଇଁ ପାଣିରେ ଜେଲଡାହାଲ ନାଇଟ୍ରୋଜେନ୍, ଫସଫରସ୍, ପୋଟାସିୟମ ଓ କାଲସିୟମ ମାତ୍ରା ଅଧିକ ରହୁଛି ।
- ପାଣିର ପ୍ରଦୂଷଣ ମାତ୍ରା ବଢ଼ାଇବାକୁ ଯେଉଁ ଉପାଦାନ ଦରକାର ତାହା ବୋରୱେଲ୍ ପାଣିରେ ଭରି ହୋଇ ଅଛି ।
- ପାଣିରେ ନାଇଟ୍ରୋଜେନ୍, ଆଇରନ୍, ଟର୍ବିଡିଟି ଅଧିକ ରହୁଛି ।
- ରାଜଧାନୀର ଖଣ୍ଡଗିରି ଓ କ୍ୟାପିଟାଲ ହସ୍ପିଟାଲ ଅଂଚଳରେ ପାଣି ଅଧିକ ପ୍ରଦୂଷିତ
ଖଣ୍ଡଗିରିରେ ଗୋଟିଏ ଲିଟର ପାଣିରେ ୬.୨୫୦ ମିଲିଗ୍ରାମ୍ ଆଇରନ୍, ଜେଲଡାହାଲ ନାଇଟ୍ରୋଜେନ୍ ୭.୨୮ମିଲିଗ୍ରାମ ରହୁଛି । ପାଣିରେ ଆଇରନ୍ ବା ଲୌହ ଅଂଶ ପ୍ରତି ଲିଟର ପାଣିରେ ୬.୨୫୦ମିଲିଗ୍ରାମ୍ ରହୁଛି
- କ୍ୟାପିଟାଲ ହସ୍ପିଟାଲ ଏରିଆରେ ଆଇରନ୍ ୭.୮୨୫ମିଲିଗ୍ରାମ୍ ଏବଂ ନାଇଟ୍ରୋଜେନ୍ ୫.୬ମିଲିଗ୍ରାମ୍ ରହୁଛି ।
- ୧ ଲିଟର ପାଣିରେ ଆଇରନ୍ ମାତ୍ରା ସର୍ବାଧିକ ୧ ମିଲିଗ୍ରାମ୍ ଏବଂ ଜେଲଡାହାଲ ନାଇଟ୍ରୋଜେନ୍ ୨ମିଲିଗ୍ରାମ୍ ରହିବା କଥା । ନାଇଟ୍ରୋଜେନ୍ ପରିମାଣ ଅଧିକ ରହିଲେ ଲୋକଙ୍କ ଶ୍ୱାସକ୍ରିୟା ଏବଂ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି ।
- ରାଜ୍ୟର ଅଧିକାଂଶ ସ୍ଥାନରେ(ଟର୍ବିଡିଟି) ଗୋଳିଆ ପାଣି ଆସୁଛି । ପାଣିରେ ସିସା, ପାରଦ ଏବଂ କ୍ୟାଡମିୟମ୍ ରହୁଛି । ଯାହାକୁ ପିଇଲେ ଲୋକଙ୍କର ଖାଇବା ଶକ୍ତି ଏବଂ ହଜମ କ୍ଷମତା କମିଯାଉଛି ।
- ଲୋକଙ୍କୁ ହାଲିଆ ଲାଗିବା, ସିର ଟାଣିହେବା, ମୁଣ୍ଡ ବିନ୍ଧା ଭଳି ରୋଗ ହେଉଛି । ଗୋଟିଏ ଲିଟର ପାଣିରେ ୧ଏନ୍ଟିୟୁ ଟର୍ବିଡିଟି ରହିପାରିବ ବା ସର୍ବାଧିକ ୫ ଟର୍ବିଡିଟି ଚଳନୀୟ ଥିଲେ ହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗୋଳିଆ ପାଣି ଆସୁଛି ।
-ମୟୂରଭଞ୍ଜର କୁସୁମି ବ୍ଲକ, କଟକର ବିଭିନ୍ନ ସ୍ଥାନ, ଢେଙ୍କାନାଳର ଗଜମାନ ୟୁପି ସ୍କୁଲ, ପାରାଦୀପ ଆଦି ଅଂଚଳରେ ପାଣି ବିଷାକ୍ତ ଥିବା ଉଲ୍ଲେଖ