ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା । ପେଟ ଫୁଲିଥିବା କହିଲେ ଡାକ୍ତର ।

317

କନକ ବ୍ୟୁରୋ: ଆଇସିୟୁରୁ ବାହାରିଲା ରେଙ୍ଗାଲି ନଳକୂପରୁ ଉଦ୍ଧାର ଶିଶୁ କନ୍ୟା । ୬ ଦିନ ହେବ କୁନି ଆଇସିୟୁରେ ରହି ହେଉଥିଲା ଚିିକିତ୍ସିତ । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ତଳେ କ୍ଷୀର ଦିଆଯାଇଥିବା ବେଳେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର ।

ଅନ୍ୟପଟେ ପ୍ରିମ୍ୟାଚୋର ବେବି ହୋଇଥିବାରୁ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ପରିବର୍ତନ ହେବା ସ୍ୱାଭାବିକ ବୋଲି ମଧ୍ୟ କହିଛନ୍ତି ଡାକ୍ତର । ଶିଶୁକନ୍ୟା ୮ମାସର ହୋଇଥିବା ଜଣାପଡ଼ିଛି । ୧୨ ତାରିଖ ଦିନ ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ନବଜାତ ଶିଶୁ କନ୍ୟାକୁ ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା ।