କଳାହାଣ୍ଡି : ପୁରଣ ହେଲା ଦୀର୍ଘ ୪୦ ବର୍ଷର ସ୍ୱପ୍ନ । ଗାଁରେ ଲାଗିଲା ନଳକୂଅ । ପ୍ରଥମ ଥର ପାଇଁ ନଳକୂଅରୁ ପାଣି ପାଇଲେ କଳାହାଣ୍ଡି ଜିଲ୍ଲା ଗାଈବନ୍ଧା ଗାଁ ଲୋକେ । ନାଳ ଓ ଝରଣା ପାଇଁ ଉପରେ ନିର୍ଭର କରୁଥିବା ଆଦିବାସୀ ଅଧ୍ୟୁଷିତ ଏହି ଗାଁ ଲୋକଙ୍କ ମନରେ ଖୁସି କହିଲେ ନସରେ । ନଳକୂଅରେ ପୂଜାର୍ଚ୍ଚନା କରିବା ସହ ସଂଗ୍ରହ କରିଥିଲେ ନବନିର୍ମିତ ନଳକୂଅର ପ୍ରଥମ ଜଳ । ଆଉ ଗ୍ରାମଦେବୀଙ୍କ ନିକଟରେ ଜଳଲାଗି ହେବା ପରେ ଆରମ୍ଭ କରିଥିଲେ ଉତ୍ସବ । ଏହା ସହ ପାରମ୍ପରିକ ନାଚଗୀତରେ ଝୁମି ଉଠିଥିଲେ ମହିଳା । ଜଳଯୁଦ୍ଧ ଉପରେ ଯେମିତି ଥିଲା ବିଜୟ ଉତ୍ସବ ।
ଜଙ୍ଗଲ ଓ ପାହାଡ ଘେରରେ ଗାଈବନ୍ଧା ଗାଁ । ଗାଁକୁ ଯିବା ପାଇଁ ଗମନାଗମନ ବ୍ୟବସ୍ଥା ବି ନାହିଁ । ଗାଁର ୨୦ରୁ ଅଧିକ ପରିବାରରେ ପ୍ରାୟ ୧୦୦ରୁ ଅଧିକ ଲୋକ ବସବାସ କରନ୍ତି । ହେଲେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ବିଭିିନ୍ନ ସମୟରେ ଲୋକେ ନା ନା ରୋଗରେ ଆକ୍ରନ୍ତ ହେଉଥିଲେ । ହେଲେ ଗାଁରେ ନଳକୂଅ ବସିବା ସହ ଦୂର ହୋଇଛି ପାନୀୟ ଜଳ ସମସ୍ୟା । ଉପାନ୍ତ ଇଲାକାର ନିପଟ ଗାଁରେ ନଳକୂଅ ନିର୍ମାଣ ଲୋକଙ୍କ ପାଇଁ ଏକ ଉତ୍ସବର ମାହୋଲ ଆଣି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/XYZ_00000.jpg)