କନକ ବ୍ୟୁରୋ : ବାଲି ଉତୋଳନକୁ ନେଇ ଓଡ଼ିଶା ଝାରଖଣ୍ଡ ସୀମା ବିବାଦ । କୋଟିଆ ପରେ ଏବେ ଝାରଖଣ୍ଡ ଓଡ଼ିଶା ସୀମା ବିବାଦ । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ରରୁଆଁ ବ୍ଲକ ରିଘା ଗାଁ ନିକଟରେ ଥିବା କଙ୍ଗୀରା ନଦୀ ପଠାରୁ । ଏଠାକୁ ଝାରଖଣ୍ଡ ରାଜ୍ୟର ପ୍ରଶାସନର ସହଯୋଗରେ ବାଲି ମାଫିଆମାନେ ବେଆଇନ୍ ଭାବେ ଓଡ଼ିଶା ସୀମାକୁ ପଶି ବେଆଇନ ବାଲି ଉତୋଳନ କରୁଛନ୍ତି । ସ୍ଥାନୀୟ ଓଡ଼ିଶା ପ୍ରଶାସନ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ଓଲଟି ଓଡ଼ିଶାର କିଛି ବାଲି ଉତୋଳନ ପାଇଁ ଯାଇଥିବା ଗାଡ଼ିକୁ ଝାରଖଣ୍ଡ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ନେଇ ମୋଟା ଅଙ୍କର ଫାଇନ ଆଦାୟ କରୁଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଏହାର ମିଳିତ ଜମିମାପ କରି ସୀମା ନିର୍ଦ୍ଧାରଣ କରାଯାଉଛି । ଗତ ୩ରୁ ୪ ବର୍ଷ ପୂର୍ବରୁ ଏଇ ନଦୀ ସୌରତକୁ ମୟୂରଭଂଜ ଜିଲ୍ଲା ପ୍ରଶାସନ ଲିଜ ଦେଇଥିବା ବେଳେ ଏଠାରେ ଏବେ ଦେଖା ଦେଇଛି ସୀମା ବିବାଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/15-7.jpg)