କନକ ବ୍ୟୁରୋ: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ସ୍ପିଡଷ୍ଟର୍ ଯଶପ୍ରୀତ ବୁମରା । ବୁମରା ଭାରତ ପକ୍ଷରୁ ଟି-୨୦ କ୍ରିକେଟରେ ୨୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ପେସ୍ ବୋଲର ହୋଇଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବାମହାତୀ ବ୍ୟାଟର୍ ୱାଶିଂଟନ୍ ସୁନ୍ଦରଙ୍କୁ କ୍ଲିନ୍ ବୋଲ୍ଡ କରି ବୁମ୍ରା ଏହି ରେଡର୍କର ଅଧିକାରୀ ହୋଇଛନ୍ତି ।

Advertisment

ବୁମରାଙ୍କ ପରେ ଭୁବନେଶ୍ୱର କୁମାର ଭାରତର ଦ୍ୱିତୀୟ ସଫଳ ଟି-୨୦ ପେସ୍ ବୋଲର । ଭୁବନେଶ୍ୱର ୨୨୩ ଟି-୨୦ ୱିକେଟ୍ ନେଇଛନ୍ତି । ସେହିପରି ଜୟଦେବ ଉନାଦ୍କଟ୍ ୨୦୧ ୱିକେଟ୍ ଏବଂ ବିନୟ କୁମାର ୧୯୪ ୱିକେଟ୍ ନିଜ ନାଁରେ କରିଛନ୍ତି । ତେବେ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ରବିଚନ୍ଦ୍ର୍ରନ୍ ଅଶ୍ୱିନ୍ ହାସଲ କରିଛନ୍ତି । ଅଶ୍ୱିନ୍ ଏପର୍ଯ୍ୟନ୍ତ ୨୭୪ ୱିକେଟ୍ ନେଇଛନ୍ତି ।

ସେହିପରି ୟୁଜବେନ୍ଦ୍ର ଚହଲ୍ ୨୧୭ ୱିକେଟ୍, ପୀୟୂଷ ଚାୱଲା ୨୭୦ ୱିକେଟ୍ ଏବଂ ଅମିତ୍ ମିଶ୍ର ୨୬୨ ୱିକେଟ୍ ହାସଲ କରିଛନ୍ତି । ଏହାବ୍ୟତୀତ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଡ୍ୱେନ୍ ବ୍ରାଭୋ ଆଗରେ ରହିଛନ୍ତି । ବ୍ରାଭୋଙ୍କ ନାଁରେ ୫୭୪ ଟି-୨୦ ୱିକେଟ୍ ରହିଛି । ଆଇପିଏଲରେ ବୁମରା ଏପର୍ଯ୍ୟନ୍ତ ୧୧୯ ମ୍ୟାଚ୍ ଖେଳି ୧୪୨ ୱିକେଟ୍ ନେଇଛନ୍ତି ।