ତାଲାବନ୍ଦ ଭିତରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି ବାଣ୍ଟିବା ପାଇଁ ଡିଇଓ ଓ ଡିସିପିଙ୍କୁ ଓସେପାର ଚିଠି; ଅବରୋଧ ଅଂଚଳରେ ବଂଟାଯିବନି ବହି

ସ୍ଥିତି ଦେଖିବା ପରେ ସାମାଜିକ ଦୂରତା ରଖି ସ୍କୁଲ ଓ ଘରେ ଘରେ ପହଚିଂବ ବହି

357

କନକ ବ୍ୟୁରୋ: ଲକଡାଉନ ଭିତରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଂଟିବା ନେଇ ଡିଇଓ ଓ ଡିସିପିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଂଟାଯିବ । ସେ ନେଇ ଡିଇଓ ଓ ଡିିପିସି ନିଷ୍ପତି ନେବେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଂଚଳ ଓ କଂଟେନମେଂଟ ଜୋନରେ ବହି ବଂଟାଯିବନି । ସ୍ଥିତିକୁ ଦେଖି ସ୍କୁଲରେ ଅବା ଘରେ ଘରେ ବହି ପହଚାଂଇବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ଗାଇଡ ଲାଇନ ଅନଯାୟୀ ସାମାଜିକ ଦୂରତା, ଓ ନରାପଦରେ ବହି ବାଂଟିବାକୁ ନିର୍ଦ୍ଦେଶ । ଓସେପାର ପ୍ରକଳ୍ପ ସଂଯୋଜକ ଭୁପେନ୍ଦ୍ର ସିଂ ପୁନିଆ ରାଜ୍ୟର ସମସ୍ତ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛନ୍ତି ।

Comments are closed.