କନକ ବ୍ୟୁରୋ: ଲକଡାଉନ ଭିତରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଂଟିବା ନେଇ ଡିଇଓ ଓ ଡିସିପିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଂଟାଯିବ । ସେ ନେଇ ଡିଇଓ ଓ ଡିିପିସି ନିଷ୍ପତି ନେବେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଂଚଳ ଓ କଂଟେନମେଂଟ ଜୋନରେ ବହି ବଂଟାଯିବନି । ସ୍ଥିତିକୁ ଦେଖି ସ୍କୁଲରେ ଅବା ଘରେ ଘରେ ବହି ପହଚାଂଇବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ଗାଇଡ ଲାଇନ ଅନଯାୟୀ ସାମାଜିକ ଦୂରତା, ଓ ନରାପଦରେ ବହି ବାଂଟିବାକୁ ନିର୍ଦ୍ଦେଶ । ଓସେପାର ପ୍ରକଳ୍ପ ସଂଯୋଜକ ଭୁପେନ୍ଦ୍ର ସିଂ ପୁନିଆ ରାଜ୍ୟର ସମସ୍ତ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/BOOK-2.jpg)