UIDAI ଜାରି କଲା ନୂଆ ନିୟମ ! ଆଧାର କାର୍ଡରେ ଠିକଣା ଏବଂ ଅନ୍ୟ କୌଣସି ଡାଟା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଶୀଘ୍ର କରନ୍ତୁ ।

2,740

ଯଦି ଆପଣ ନିଜ ଆଧାର କାର୍ଡରେ କୌଣସି ବିବରଣୀ ଅପଡେଟ୍ କରିବା କିମ୍ବା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଭିନ୍ନ ଉପାୟ ଆପଣାଇବାକୁ ପଡିବ । ଆଧାର ଜାରି କରୁଥିବା କମ୍ପାନୀ UIDAI ଅପଡେଟ୍ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଲୋକଙ୍କ ଆଧାର କାର୍ଡ ସହ ଜଡିତ ଥିବା ସମସ୍ୟାର ସମାଧାନ ପାଇଁ UIDAI ଦେଶର କିଛି ସହରରେ ଆଧାର ସେବା କେନ୍ଦ୍ର ଆରମ୍ଭ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଆପଣ ଏହି ସେଣ୍ଟର୍ ରେ ନୂଆ ଆଧାର ପ୍ରସ୍ତୁତ କରିପାରିବେ । ଏହାସହ ଠିକଣା,ନାଁ,ଜନ୍ମତିଥିରେ ପରିବର୍ତ୍ତନ କିମ୍ବା ଅପଡେଟ୍ କରିବା ସ୍ଥିତିରେ ଏହି ସୁବିଧାର ଲାଭ ଉଠାଯାଇପାରିବ ।

କେଉଁଠି ମିଳିବ ଏହି ସୁବିଧା :

ଏହି ସେବା ୟୁଆଇଡିଏଆଇ ବ୍ୟାଙ୍କ୍ , ପୋଷ୍ଟ ଅଫିସ୍ ଏବଂ ସରକାରୀ କାର୍ଯ୍ୟାଳୟରେ ମିଳିବ । ୟୁଆଇଡିଏଆଇ ବ୍ୟାଙ୍କ୍ ସାରା ଦେଶରେ ୫୩ ସହରରେ ୧୧୪ ଆଧାର ସେବାକେନ୍ଦ୍ର ଖୋଲିବା ପ୍ଲାନରେ ରହିଛି । ଏହି ସେବାର ଲାଭ ଉଠାଇବା ପାଇଁ ଅନଲାଇନ୍ ଆପୋଇଣ୍ଟମେଣ୍ଟ୍ ନେବାକୁ ପଡିବ । ଯାହାଦ୍ୱାରା ଆପଣ ନୁଆ ଆଧାର କାର୍ଡ ପ୍ରସ୍ତୁତ କରିବା , ନାଁ , ଠିକଣା, ଜନ୍ମତିଥି ,ମୋବାଇଲ୍ ନମ୍ବର ,ଲିଙ୍ଗ ,ଇମେଲ୍ ଆଇଡି ଏବଂ ବାୟୋମେଟ୍ରିକ୍ ଅପଡେଟ୍ କରିପାରିବେ ।

ସର୍ବପ୍ରଥମେ UIDAI ୱେବସାଇଟ୍ (https://uidai.gov.in/) ରେ ଯିବାକୁ ପଡିବ । ଏବେ ଏଥିରେ ‘My Aadhaar’ ରେ କ୍ଲିକ୍ କରନ୍ତୁ । ଏହାପରେ ବୁକ୍ ଅନ୍ ଆପୋଇଣ୍ଟ୍ ମେଣ୍ଟ୍ ଅପ୍ସନରେ ଯାଆନ୍ତୁ । ଏବେ ଆପଣଙ୍କୁ ଏଠାରେ ସିଟି ଲୋକେସନର ଅପ୍ସନ୍ ଦେଖାଦେବ । ଯେଉଁଠାରେ ଆପଣଙ୍କୁ ସହର ଚୟନ କରିବାକୁ ହେବ । ଏହାପରେ ପ୍ରୋସେସ୍ ଟୁ ବୁକ୍ ଆନ୍ ଆପୋଇଣ୍ଟମେଣ୍ଟ୍ ରେ କ୍ଲିକ୍ କରନ୍ତୁ । ଏହାପରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ ୩ ଟି ଅପ୍ସନ୍ ରହିଛି । ନ୍ୟୁ ଆଧାର , ଆଧାର ଅପଡେଟ୍ , ମ୍ୟାନେଜ୍ ଆପୋଇଣ୍ଟ୍ ମେଣ୍ଟ୍ । ନିଜ ଆବଶ୍ୟକତା ଅନୁସାରେ ଆପଣ ଏଥିରୁ ଯେ କୌଣସି ବିକଳ୍ପକୁ ଚୟନ କରିପାରିବେ । ଏହାପରେ ଓଟିପି ଭେରିଫିକେସନ୍ କରିବାକୁ ପଡିବ ଏବଂ ଫର୍ମ ଡିଟେଲ୍ସ ଦେବାକୁ ପଡିବ । ଏବେ ଅନ୍ତିମ ଚରଣରେ ଆପୋଇଣ୍ଟମେଣ୍ଟ୍ ଡିଟେଲ୍ସକୁ ଜାଞ୍ଚ୍ କରନ୍ତୁ । ଏହି ଅନଲାଇନ୍ ବୁକିଙ୍ଗ୍ ସମ୍ପୁର୍ଣ୍ଣ ରୁପେ ମାଗଣା କରାଯାଇଛି ।