ଏଣିକି ବନ୍ଦ ହେବ ନିରୀହଙ୍କ ଉପରେ ଶୋଷଣ ଏବଂ ଅତ୍ୟାଚାର ! ପୋଲିସଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟ୍ରେନିଂ ।

22

ଶୋଷଣର ଶିକାର ହେଉଥିବା ଛୋଟ ନିରୀହ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପୋଲିସକୁ କର୍ମଚାରୀ ମାନଙ୍କୁ ଉପଯୁକ୍ତ ବ୍ୟବହାର ଶିଖିବା ଆବଶ୍ୟକ । ତେବେ ଯାଇଁ ନିରୀହ ପିଲାମାନେ ତାଙ୍କର ସମସ୍ୟାକୁ ପୋଲିସଙ୍କ ଆଗରେ ଖୋଲି କହିପାରିବେ । ତେଣୁ ପୋଲିସ କର୍ମଚାରୀ ମାନଙ୍କୁ ବ୍ୟବହାର କୁଶଳତାରେ ଦକ୍ଷ କରିବା ପାଇଁ ଏପରି ଏକ ପୁସ୍ତିକା ତିଆରି କରାଯାଇଛି, ଯାହା ପିଲାମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ପୋଲିସକୁ ସାହାଯ୍ୟ କରିବ ।

ଏହି ପୁସ୍ତିକା ଅନୁସାରେ, ପିଲାମାନଙ୍କ ସହ କେଉଁଭଳି ଭାବରେ ବ୍ୟବହାର କରିବା ଏବଂ କେଉଁଭଳି ଭାବରେ ପିଲାମାନଙ୍କୁ ପୋଲିସ ସାହାଯ୍ୟ କରିବ ବୋଲି ଅବଗତ କରାଇବା ଏହି ପୁସ୍ତିକାର ମୂଳ ଲକ୍ଷ୍ୟ ଅଟେ । ଏଥି ସହିତ ଅନ୍ୟ ବହୁତ କାର୍ଯ୍ୟ ମଧ୍ୟ ଏହି ପୁସ୍ତିକାରେ ଉଲ୍ଲେଖ କରାଯାଇଛି ।
ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲ୍ପମେଣ୍ଟର ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପୋଲିସ ଏକ ଚୌକିଦାର ଭଳି କାମ କାମ କରିଥାନ୍ତି । ସଂକଟରେ ପଡିଥିବା ପିଲାମାନଙ୍କ ପାଖରେ ସାହାଯ୍ୟ ପାଇଁ ସର୍ବପ୍ରଥମେ ପୋଲିସ ପହଞ୍ଚିଥାନ୍ତି । ତେଣୁ ଆମେ ଚାହୁଁ ପୋଲିସ ଅଧିକାରୀ ସହାନୁଭୂତି ଏବଂ କରୁଣାର ସହ କାମ କରି ପିଲାମାନଙ୍କ ସାହାଯ୍ୟ କରୁ । ଏହି ପୁସ୍ତିକାରେ ପୋଲିସ ମାନଙ୍କୁ ଏହି ସମ୍ପର୍କରେ ଅବଗତ କରାଇଯାଇଛି ।