କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୋଲିସର ଆଉ ଏକ ପଦ କ୍ଷେପ । ବରିଷ୍ଠ ନାଗରିକଙ୍କୁ କରୋନା ସମ୍ପର୍କରେ ଅଧିକ ସଚେତନ କରିବାକୁ ଫାଇଟ୍ ଏଗନଷ୍ଟ କୋଭିଡ୍ ୧୯ ନାମକ ଏକ ବହି ବାଂଟିଛି ପୋଲିସ । ସାମାଜିକ ଦୂରତା ରକ୍ଷା କରିବା ସହ ବରିଷ୍ଠ ନାଗରିକଙ୍କୁ ଏହି ପୁସ୍ତକ ବଂଟନ ହୋଇଛି । ବହିରେ କରୋନା ସମ୍ପର୍କରେ ଅନେକ ତଥ୍ୟ ରହିଛି ।
ଏହା ସହିତ ଏହି ବହିରେ ଅନେକ ଔଷଧ ଦୋକାନ, ରାସନ ସାମଗ୍ରୀ ପରି ଜରୁରୀ ସାମଗ୍ରୀ କିପରି ଘରେ ବସି ମଗାଇ ପାରିବେ ତା ନେଇ ଟେଲିଫୋନ୍ ନଂବର ବି ଉଲେଖ ରହିଛି । ଏହି ତାଲାବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକୁ ଏହି ନଂବରକୁ ଫୋନ୍ କରି ବରିଷ୍ଠ ନାଗରିକ ମଗାଇ ପାରିବେ । ତାଲାବନ୍ଦ ସମୟରେ ଲୋକଙ୍କୁ ସହାୟତା କରିବାକୁ କମିଶନରେଟ୍ ପୋଲିସର ଏପରି ପ୍ରୟାସ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/BOOK-1.jpg)
/kanak/media/post_attachments/wp-content/uploads/2020/04/vlcsnap-2020-04-17-12h03m21s68.png)